କନକ ବ୍ୟୁରୋ: ଓଡିଶା ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ହେଲେ ସାରା ଦେଶରେ କଣ ରହିବ ଲକଡାଉନର ଚିତ୍ର ସେନେଇ ଆଜି ହୋଇପାରେ ଏକ ବଡ ଘୋଷଣା । ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଲକଡାଉନ ଅବଧି ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏମିତିକି ଲକଡାଉନ ଅବଧି ବୃଦ୍ଧି ନେଇ ସଙ୍କେତ ବି ଦେଇଥିଲେ । ଆଉ ସେବେଠାରୁ ପୁରା ଦେଶ ମୋଦିଙ୍କ ବାର୍ତାକୁ ଅପେକ୍ଷା କରିଛି । ଆଶା କରାଯାଉଛି କିଛି କଟକଣା କୋହଳ କରିବା ସହ ଲକଡାଉନ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/27-4.jpg)