୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକା କଳା

ସାରା ଦେଶରେ ବିଜେପି ପାଳନ କରୁଛି ସେବା ସପ୍ତାହ

592

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ୭୦ ତମ ଜନ୍ମଦିନ । ଏଥିପାଇଁ ବିଜେପି ପକ୍ଷରୁ ବିଶେଷ ପ୍ରସ୍ତତି ହୋଇଛି । ଏବି ଅବସରରେ ୧୪ରୁ ୨୦ ସେପେଟମ୍ବରକୁ ସେବ ସପ୍ତାହ ଭାବେ ପାଳନ କରୁଛି ଦଳ ।  ପ୍ରତ୍ୟେକ ଜିଲ୍ଲାର ବୁଥ ସ୍ତରୀୟ  କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।  ଏଥିମଧ୍ୟରେ ରହିଛି ରକ୍ତଦାନ, ପିଲାଙ୍କୁ ପୁସ୍ତକ ବଂଟନ ଓ ହସପିଟାଲରେ ଫଳ ବଂଟନ ।  ଏଥିପାଇଁ  ଅଲଗା ଅଲଗା ସେବା ଗତିବିଧି ଆୟୋଜନକରିବାକୁ ବିଜେପି ସଭାପତି ଜେପି. ନଡ୍ଡା  କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ସବୁ ଜିଲ୍ଲା ମୁଖ୍ୟାଳୟରେ ୭୦ ଜାଗାରେ ସଫେଇ ଅଭିଯାନର ଆୟୋଜନ ବି କରାଯାଇଛି ।  କୋଭିଡ ଗାଇଡଲାଇନ ପାଳନ କରି ବିଜେପି କର୍ମୀ ୭୦ଟି ଜାଗାରେ  ଫଳ ବିତରଣ କରାଯିବ । ଏହାଛଡା ମୋଦିଙ୍କ  ଜୀବନକୁ ନେଇ ୭୦ ଭର୍ଚୁଆଲ କନଫରେନ୍ସର ଆୟୋଜନ କରାଯାଇଛି । ଏଥିପାଇଁ ବଡ ଧରଣର ପ୍ରସ୍ତୁତି ବି ହୋଇଛି । ୭୦ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ  ଶୁଭେଚ୍ଛାର ସୁଅ ଛୁଟିଛି । ପୁରୀରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।

ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟର ବଡ଼ନଗରରେ ସେ ଜନ୍ମ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ୭ ଜଣ ଭାଇ-ଭଉଣୀ । ସେମାନେ ହେଲେ ପ୍ରହ୍ଲାଦ ମୋଦୀ, ସୋମା ମୋଦୀ, ପଂକଜ ମୋଦୀ, ବସଂନ୍ତିବେନ ହଂସମୁଖଲାଲା ମୋଦୀ, ଅମୃତି ମୋଦୀ ପ୍ରମୁଖ ।