ଦେଶରେ ଲକଡାଉନ୍ ହଟିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ: ତାଲାବନ୍ଦ ଅବଧୀ ନେଇ ନେବେ ମତାମତ

ପୂର୍ବରୁ ନବୀନ ବଢାଇଛନ୍ତି ଅବଧୀ; ଓଡିଶା ବାଟରେ ବହୁ ରାଜ୍ୟ

1,690

କନକ ବ୍ୟୁରୋ: ଆସନ୍ତା ୧୪ ତାରିଖରେ ସାରାଦେଶରେ ଲକ୍ ଡାଉନ୍ ଅବଧି ଶେଷ ହେଉଛି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ଲକ୍ ଡାଉନ୍ ମିଆଦ ପୁରୁଥିବା ବେଳେ ରାଜ୍ୟ ସରକାର ମାନଙ୍କ ମତାମତ ଲୋଡି ପାରନ୍ତି । ଏହା ପରେ ଲକ୍ ଡାଉନ୍ ଅବଧି କଣ ହେବ ତାହାର ନିଷ୍ପତି ନେଇ ପାରନ୍ତି । ଜାତୀୟ ଗଣମାଧ୍ୟମଙ୍କ ସୂଚନା ଅନୁସାରେ ମୋଦି ଏନେଇ ଶନିବାର ରାତି କିମ୍ବା ରବିବାର ସକାଳୁ ଘୋଷଣା କରିପାରନ୍ତି ।

ତେବେ କେନ୍ଦ୍ରର ନିଷ୍ପତି ପୂର୍ବରୁ ଓଡିଶା ସରକାର ତାଲାବନ୍ଦର ଅବଧୀ ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି । ଏହି ଘୋଷଣାର ୨୪ ଘଂଟା ନପୁରୁଣୁ ପଂଜାବ ସରକାର ମଧ୍ୟ ମେ ୧ ତାରିଖ ଯାଏଁ ତାଙ୍କ ରାଜ୍ୟରେ ତାଲାବନ୍ଦ ଅବଧି ବଢାଇଛନ୍ତି । କର୍ଣ୍ଣାଟକ ସରକାର ବି ଏହି ଅବଧି ବଢାଇବା ନେଇ ଆଲୋଚନା ଜାରି ରଖିଛନ୍ତି । ପୂର୍ବରୁ ତେଲେଙ୍ଗାନା ମଧ୍ୟ ଏହି ଅବଧି ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରି ସାରିଛି । ବର୍ତମାନର ପରିସ୍ଥିତିରେ ଅଧିକାଂଶ ରାଜ୍ୟ ନବୀନ ସରକାରଙ୍କ ପଦାନୁସରଣ କରି ଲକ୍ଡାଉନ୍ ଅବଧୀ ବଢାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।