ରାଜସ୍ଥାନ ରାଜ୍ୟ ରାଜନୀତିରେ ହଲଚଲ ଭିତରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟକୁ ଦେଲେ ୫ହଜାର ୫ଶହ କୋଟିର ଉପହାର

266

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ । ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ପହଁଚିବା ପରେ ଶ୍ରୀ ନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ନାଥଦ୍ୱାରରେ ରୋଡ଼ ସୋ ପରେ ରାଜସ୍ଥାନବାସୀଙ୍କ ପାଇଁ ୫ ହଜାର ୫ ଶହ କୋଟିରୁ ଅଧିକ ଟଙ୍କାର ଭିତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ପ୍ରକଳ୍ପ ରାଜ୍ୟକୁ ଆଗକୁ ନେବ ବୋଲି ମୋଦି କହିଛନ୍ତି । ‘ରାଜ୍ୟର ବିକାଶରେ ଦେଶର ବିକାଶ’ ମନ୍ତ୍ରରେ ସେ ବିଶ୍ୱାସ କରନ୍ତି । ଏହି ବିକାଶମୂଳକ ପ୍ରକଳ୍ପ ପାଇଁ ସେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜସ୍ଥାନରେ ଆଧୁନିକ ଭିତିଭୂମି ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦିଏ ବୋଲି କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଉପସ୍ଥିତ ଥିଲେ । ଆମେ ସମସ୍ତେ ଗୋଟିଏ ମଂଚରେ ଏକାଠି ବସିଛନ୍ତି ,ଏପରି ଅବସର ଖୁବ କମ ଆସିଥାଏ । ଗଣତନ୍ତ୍ରରେ ଶତ୍ରୁତା ନଥାଏ ବିଚାରଧାରାକୁ ନେଇ ଲଢ଼େଇ ହୋଇଥାଏ ବୋଲି ଅଶୋକ ଗେହଲଟ କହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବନ୍ଧୁ ବୋଲି କହି ସମ୍ବୋଧନ କରିଛନ୍ତି ।