ଓଡ଼ିଶାରେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାର କାରଖାନା : ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Advertisment
ଓଡ଼ିଶାରେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାର କାରଖାନା : ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦ ହୋଇଥିବା କାରଖାନାକୁ ପୁନଃ କାର‌୍ୟ୍ୟକ୍ଷମ କରାଇ ଦେଶକୁ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଥମ କରି ପେଟ୍ କୋକ୍ ବ୍ଲେଣ୍ଡିଂ ସହ କୋଲ୍ ଗ୍ୟାସିଫିକେସନ୍ ଆଧାରିତ ସାର କାରଖାନାର ଶୁଭାରମ୍ଭ କରାଗଲା ।

୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ଲାଣ୍ଟମାଧ୍ୟମରେ କୋଇଲା ଏବଂ ପେଟ୍କୋକ୍ ବ୍ୟବହାର କରି ବାର୍ଷିକ ୧.୨୭ ନିୟୁତ ମେଟ୍ରିକ୍ ଟନ୍ ‘ନିମ୍’ କୋଟେଡ୍ ପ୍ରିଲ୍ଡ ୟୁରିଆ ଉତ୍ପାଦନ ହୋଇପାରିବ । ୨୦୨୨ ସୁଦ୍ଧା ଏହି ପ୍ଲାଂଟ କାର‌୍ୟ୍ୟ ଆରମ୍ଭ କରିବାର ଯୋଜନା ରହିଛି । ଏବେ ରାଜ୍ୟରେ କୌଣସି ୟୁରିଆ ପ୍ଳାଂଟ ନଥିବାରୁ ତାଳଚେରର ଏହି ପ୍ଲାଂଟ ଦ୍ୱାରା ଓଡ଼ିଶାରେ ସହଜରେ ୟୁରିଆ ଉପଲବ୍ଧ ହୋଇପାରିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟ ତଥା ଦେଶର କୃଷକମାନଙ୍କ ପାଇଁ ଏକ ଅମୂଲ୍ୟ ରତ୍ନର ଭଣ୍ଡାର ପାଲଟିବ । ପ୍ରାୟ ସାଢ଼େ ଚାରି ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବଂ ଏହାର କାର୍ଯ୍ୟ ସମୀକ୍ଷା କରିବା ପାଇଁ ପୁଣି ୩୬ ମାସ ପରେ ତାଳଚେର ଆସିବେ ବୋଲି ମୋଦି କହିଛନ୍ତି ।

publive-image

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଆନନ୍ଦର ଦିନ । ପ୍ରଧାନମନ୍ତ୍ରୀ ସାର କାରଖାନାର ଶିଳାନ୍ୟାସ କରିଛନ୍ତି । ଏହା ଆମର ବହୁ ଦିନର ଦାବି ଥିଲା । ଆମେ ଆନ୍ଧ ଓ ଉତ୍ତର ପ୍ରଦେଶରୁ ୟୁରିଆ ଆଣୁଥିଲୁ । ଏହି ସାରକାରଖାନା କାର୍ଯ୍ୟକ୍ଷମ ହେଲେ ଏହି ଅଭାବ ଦୂର ହେବ । କୃଷକ ଭାଇମାନେ ବିଶେଷ ସୁବିଧା ପାଇପାରିବେ । ପାଖାପାଖି ୫୦ ପ୍ରତିଶତ ୟୁରିଆ ପାଇପାରିବେ କୃଷକ ଭାଇମାନେ । ତେଣୁ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗେଲ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍), କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ରାଷ୍ଟ୍ରୀୟ କେମିକାଲ୍ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍(ଆର୍ସିଏଫ୍ଏଲ୍) ଏବଂ ଫର୍ଟିଲାଇଜର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏଫ୍ସିଆଇଏଲ୍)ର ମିଳିତ ଉଦ୍ୟୋଗ ତାଳଚେର୍ ଫର୍ଟିଲାଇଜର୍ ଲିମିଟେଟ୍ ଦ୍ୱାରା ଏହି ପ୍ଲାଂଟ ଆସନ୍ତା ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe