ପିଏମ କିଷାନ ଯୋଜନାରୁ ବାଦ ପଡିବେ ୩୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ । ପାଇଥିବା ଟଙ୍କା ଫେରସ୍ତ ନେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ଅଯୋଗ୍ୟଙ୍କ ନାମରେ ରୁଜୁ ହେବ ମାମଲା

405

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଏହି ଯୋଜନାରୁ ଲାଭ ପାଉଥିବା ଅଯୋଗ୍ୟ ଚାଷୀଙ୍କୁ ସ୍କାନରକୁ ଆଣିଛନ୍ତି କେନ୍ଦ୍ର ସରକାର । ଯେଉଁ ଅଯୋଗ୍ୟ ବ୍ୟକ୍ତି ମାନେ ନିଜକୁ ଚାଷୀ ବୋଲି କହି ଏହି ଯୋଜନାରୁ ଲାଭ ଉଠାଇଛନ୍ତି ସେମାନେ ଆଗାମୀ କିସ୍ତିରୁ ଆଉ ଟଙ୍କା ପାଇପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏହି ଯୋଜନାରୁ ଲାଭ ଉଠାଉଥିବା ଚାଷୀଙ୍କ ମଧ୍ୟରେ ରହିଛନ୍ତି ୩୨.୯୧ ଲକ୍ଷ ଅଯୋଗ୍ୟ ଚାଷୀ । ସେମାନଙ୍କ ଖାତାକୁ ସରକାର ୨.୩୨୬ କୋଟି ଟଙ୍କା ଯାଇଥିବା ସରକାର କହିଛନ୍ତି । ଏବେ ସରକାର ସେହି ଅଯୋଗ୍ୟ ଚାଷୀ ମାନଙ୍କ ଠାରୁ ଟଙ୍କା ଆଦାୟ କରିବେ ବୋଲି ଜଣାପଡିଛି । ସୂଚନା ଥାଉକି ଏହି ଯୋଜନା ମାଧ୍ୟମରେ ସରକାର ଦେଶର ମୋଟ ୧୧ କୋଟି ୫୩ ଲକ୍ଷ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଉଛନ୍ତି ।
ଏନେଇ ଚଳିତ ସଂସଦରେ କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଥିଲେ କି ଅନେକ ଅଯୋଗ୍ୟ ଚାଷୀ ଏହି ଯୋଜନାରୁ ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଆୟକର ଦେଉଥିବା କିଛି କୃଷକ ମଧ୍ୟ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରମାନେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି ।
ଏବେ ଆସନ୍ତୁ ଜାଣିବା ସରକାରଙ୍କ ହିସାବରେ କେଉଁମାନେ ଅଯୋଗ୍ୟ ଚାଷୀ :

  • ଯେଉଁ ଲୋକମାନେ କୃଷି ଜମିର ବ୍ୟବହାର ଚାଷ କାର୍ଯ୍ୟ ବଦଳରେ ଅନ୍ୟ କାମରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ ।
  • ଯେଉଁ ଶ୍ରମିକ ମାନେ ଅନ୍ୟ କୃଷକର ଜମିରେ ଚାଷ କାମ କରନ୍ତି ସେମାନେ ବି ଏହି ଯୋଜନା ପରିସରଭୁକ୍ତ ହୋଇପାରିବେ ନାହିଁ । ଯେଉଁ କୃଷକମାନେ ଚାଷ କରନ୍ତି ମାତ୍ର ସେମାନଙ୍କ ନାମରେ ଜମି ନଥାଏ ସେମାନେ ବି ଏହି ଯୋଜନାରୁ ବାଦ ପଡିବେ ।
  • ଯଦି ବି ଜମି ତାଙ୍କ ବାପା କିମ୍ବା ଜେଜେ ବାପାଙ୍କ ନାମରେ ରହିଥାଏ ତେବେ ସେମାନେ ବି ଏହି ଯୋଜନାରୁ ଲାଭ ଉଠାଇପାରିବେ ନାହିଁ  ।
  • ଜମିର ମାଲିକ ଯଦି ସରକାରୀ କର୍ମଚାରୀ କିମ୍ବା ଅବସର ନେଇ ସାରିଛନ୍ତି , କିମ୍ବା ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ସେମାନେ ବି ଏହି ଯୋଜନାରୁ ମିଳୁଥିବା ଲାଭ ସେମାନଙ୍କୁ ମିଳିବ ନାହିଁ ।
  • ପଞ୍ଜିକୃତ ଡାକ୍ତର, ଇଂଜିନିୟର, ଓକିଲ ଭଳି ପେଶାରେ ଥିବା ଲୋକ କିମ୍ବା ତାଙ୍କ ପରିବାର ଲୋକବି ଏହି ଯୋଜନାରୁ ବାଦ ପଡିବେ ।
  • ଯଦି କେହି ଜମି ମାଲିକ ୧୦ ହଜାରରୁ ଅଧିକ ଟଙ୍କା ପେନସନ୍ ପାଉଥା’ନ୍ତି ତେବେ ବି ସେମାନେ ଏହି ଯୋଜନାରେ ଅନ୍ତର୍ଭୂକ୍ତ ହୋଇପାରିବେ ନାହିଁ ।