କନକ ବ୍ୟୁରୋ : ସରକାର ଦେଶର ଜନ ସାଧାରଣ ମାନଙ୍କ ପାଇଁ ବିଭିନ୍ନ ଲାଭକାରୀ ଯୋଜନା ଆଣୁଛନ୍ତି । ଏହି ସବୁ ଯୋଜନା ଆଧାରରେ ଦେଶର ବିଭିନ୍ନ ବର୍ଗର ଲୋକ ମାନେ ଉପକୃତ ହୁଅନ୍ତି । ଭାରତ ଦେଶ ଚଲାଇବା ପାଇଁ ସମାଜ କଲ୍ୟାଣକାରୀ ପନ୍ଥା ଅନୁସରଣ କରୁଥିବାରୁ ସରକାର ଆବାସ ଠାରୁ ଆରମ୍ଭ କରି ପେନସନ୍ , ବୀମା, ଖାଦ୍ୟ ଯାଏଁ ସବୁ ଯୋଜନା ମାଧ୍ୟମରେ ଯୋଗାଇ ଦେଇଥାନ୍ତି ଯାହା ଦ୍ୱାରା ଦେଶର ଅର୍ଦ୍ଧାଧିକ ଜନତା ଲାଭବାନ ହୋଇଥାନ୍ତି ।
କୃଷି ବ୍ୟବସ୍ଥାକୁ ଭାରତର ମେରୁଦଣ୍ଡ କହିଲେ କିଛି ଭୁଲ ହେବ ନାହଁ । ଏଣୁ ଦେଶର ମେରୁଦଣ୍ଡକୁ ଶଶକ୍ତ କରିବା ପାଇଁ ସରକାର ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରତି ୪ ମାସରେ ଚାଷୀ ମାନଙ୍କୁ ଦୁଇ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ବର୍ତମାନ ପର୍ଯନ୍ତ କେନ୍ଦ୍ର ସରକାର ୧୫ଟି କିସ୍ତିରେ ଚାଷୀ ମାନଙ୍କୁ ଅର୍ଥ ବାଣ୍ଟି ସାରିଲେଣି । ଆଗକୁ ୧୬ତମ କିସ୍ତିରେ ଅର୍ଥ ମିଳିବାକୁ ଯାଉଛି । ଏପରିକି ପଇସା ଦେବାର ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇସାରିଲାଣି ।
କେମିତି ରହିଛି କିସ୍ତି ବ୍ୟବସ୍ଥା
ଯୋଜନା ଅନୁଯାୟୀ ପ୍ରତି ୪ ମାସରେ ଥରେ ସରକାର କିସ୍ତି ଜାରି କରିଥାନ୍ତି । ଶେଷ ଥର ୨୦୨୩, ୧୫ ନଭେମ୍ବର ତାରିଖ ଦିନ କେନ୍ଦ୍ର ସରକାର ଯୋଜନା ମାଧ୍ୟମରେ ପ୍ରଧାମନ୍ତ୍ରୀ ୧୫ତମ କିସ୍ତି ଜାରି କରିଥିଲେ ଓ ୮ କୋଟିରୁ ଅଧିକ ଚାଷୀ ଏହା ଦ୍ୱାରା ଉପକୃତ ହୋଇଥିଲେ । ଏବେ ୨୮ ଫେବୃଆରୀ ୨୦୨୪ରେ ୧୬ ତମ କିସ୍ତି ଜାରି କରାଯିବ ବୋଲି ଘୋଷଣା କରାଯାଇଛି ।
ଜାଣନ୍ତୁ ହିତାଧୀକାରୀଙ୍କ ପାଇଁ କଣ ରହିଛି ଆବଶ୍ୟକ ଯୋଗ୍ୟତା
ପ୍ରଥମତଃ କେନ୍ଦ୍ର ସରକାରଙ୍କ ଏସହି ଯୋଜନାରେ ଅନ୍ତର୍ଭୁକ୍ତ ହେଦବା ପାଇଁ ଚାଷୀଙ୍କୁ ଇ-କେୱାଇସି କରାଇବାକୁ ପଡିବ । ଏହା ପରେ ଆଶାୟୀଙ୍କୁ ଭୂ-ସତ୍ୟାପନ କରାଇବା ସହ ଆଧାର କାର୍ଡକୁ ବ୍ୟଙ୍କ ଖାତା ସହ ଜଡିତ କରାଇବା ବାଧ୍ୟତାମୂଳକ । ଏହି ସବୁ କାମ ନ ହୋଇଥିଲେ ଚାଷୀ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭରୁ ବଂଚିତ ହେବେ ।