ପିଏମ କିଷାନ ଟଙ୍କା ଫେରାଇବାକୁ ନୋଟିସ୍ । ମେ ୩୧ରେ ମିଳିବ ୧୧ କିସ୍ତିର ଟଙ୍କା ।

941

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ୧୧ କିସ୍ତିର ଟଙ୍କା କୃଷକଙ୍କୁ ମିଳିବ । ଲମ୍ବା ସମୟର ଅପେକ୍ଷା ପରେ କେନ୍ଦ୍ର ଏହି ଟଙ୍କା ଚାଷୀଙ୍କୁ ଦେବାକୁ ଯାଉଛି । ମେ ୩୧ରେ ଏହି ଟଙ୍କା ଚାଷୀଙ୍କ ଖାତାକୁ ଯିବ । ତେବେ କିଛି କୃଷକଙ୍କ ପାଇଁ ଚିନ୍ତା ବଢିଛି । ଯୋଜନାର ଲାଭ ଉଠାଇଥିବା ଅଯୋଗ୍ୟ ଚାଷୀ ଟଙ୍କା ଫେରାଇବାକୁ ନୋଟିସ ହୋଇଛି । ଉତ୍ତରପ୍ରଦେଶର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । କୃଷକଙ୍କୁ ନିର୍ଦ୍ଦାରିତ ସମୟରେ ମିଳିଥିବା ରାଶି ଫେରାଇବାକୁ ନୋଟିସ ହୋଇଛି । ଗୋଟିଏ ଜିଲ୍ଲାରେ ପ୍ରାୟ ୮ ଲକ୍ଷ ଅଧିକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୬.୫୨ ଲକ୍ଷଙ୍କୁ ଏହି ରାଶି ମିଳିଛି । ତେବେ କୃଷି ବିଭାଗ ତରଫରୁ ଏସମସ୍ତଙ୍କୁ ରାଶି ଫେରାଇବାକୁ ନୋଟିସ ହୋଇଛି ।

ଏହି ମାମଲାରେ କୃଷି ଉପନିର୍ଦ୍ଦେଶକ ଅରବିନ୍ଦ ମୋହନ କହିଛନ୍ତି ଗୋଟିଏ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬.୫୨ ଲକ୍ଷ ଲୋକଙ୍କୁ ପିଏମ କିଷାନର ରାଶି ମିଳିଛି । ଏସମସ୍ତେ ଅଯୋଗ୍ୟ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୬ ହଜାର ଶହେ କୃଷକଙ୍କ ପରିଚୟ ମିଳିଛି । ତେବେ ସବୁଠାରୁ ବଡ କଥା ଏଥିରୁ ୩ ହଜାର ୨ ଶହ ଏଭଳି ଅଛନ୍ତି ଯେଉଁମାନେ ଆୟକର ଜମା କରୁଛନ୍ତି ।  ସେହିଭଳି ୨୯ ଶହ ଭୂମିହୀନ ଓ ଅନ୍ୟକାରଣରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ସରକାରଙ୍କ ତରଫରୁ ଏମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି । ଟଙ୍କା ନଫେରାଇଲେ ତାଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି ।

୫ ଲକ୍ଷ ୫୪ ହଜାର ଟଙ୍କା ଆଦାୟ ହେବ 

ଏହି ଅଯୋଗ୍ୟ ଚାଷୀଙ୍କ ପାଖରୁ ୫ ଲକ୍ଷ ୫୪ ହଜାର ଟଙ୍କା ଆଦାୟ କରାଯିବ । କୃଷି ଉପନିର୍ଦ୍ଦେଶକ ଅରବିନ୍ଦ ମୋହନ କହିଛନ୍ତି ଏହି ସମସ୍ତଙ୍କୁ ନୋଟିସ କରି ଟଙ୍କା ଆଦାୟ ହେବ । ଉପନିର୍ଦ୍ଦେଶକଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ଜମା ପାଇଁ ନିର୍ଦ୍ଦେଶ ହୋଇଛି ।