ପିଏମ କିଷାନ ନିଧି ଯୋଜନା : ୧୦ମ କିସ୍ତିରେ ଆପଣଙ୍କ ଖାତାକୁ ଆସିବ ୪ ହଜାର ଟଙ୍କା, ନଆସିଥିଲେ କରିବେ କ’ଣ ?

1,474

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି । କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ୧୦ମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦେବାକୁ ଯାଉଛନ୍ତି । ଯଦି ଆପଣ ଏହି ଯୋଜନାରେ ପଞ୍ଜିକରଣ କରିଛନ୍ତି ତେବେ ଏବେଠାରୁ ଚେକ୍ କରିନିଅନ୍ତୁ । କାରଣ କୌଣସି ଭୁଲ କାରଣରୁ ଆପଣଙ୍କ କିସ୍ତି ଅଟକି ଯାଇଛି ନାହିଁ ତ ।

କହିରଖୁ କି କେନ୍ଦ୍ର ସରକାର ‘ପିଏମ କିଷାନ ସମ୍ମାନ ନିଧି’ ଯୋଜନାରେ ପ୍ରତିବର୍ଷ କୃଷକଙ୍କ ବ୍ୟାଙ୍କ ଖାତାକୁ ୬୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି । ଏହି କ୍ରମରେ ପ୍ରତି ୪ ମାସରେ ଥରେ କୃଷକଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ଆସିଥାଏ । ଏନେଇ ଏପର୍ଯ୍ୟନ୍ତ କୃଷକଙ୍କ ଖାତାକୁ ୯ ଟି କିସ୍ତି ଆସି ସାରିଛି । ଏବେ ଏବେ ୧୦ ମ କିସ୍ତି ଆସିବାକୁ ଯାଉଛି । ଏନେଇ ଆପଣଙ୍କ ଷ୍ଟାଟସ ଆପଣ ଏବେ ଠାରୁ ଚେକ୍ କରିନିଅନ୍ତୁ ।

  • ଆପଣ ପ୍ରଥମେ ପିଏମ କିଷାନ ଯୋଜନା ଅଧିକାରୀଙ୍କୱେବସାଇଟ https://pmkisan.gov.in. କୁ ଯାଆନ୍ତୁ ।
  • ହୋମପେଜରେ ଆପଣଙ୍କୁ ‘Farmers Corner’ ବିକଳ୍ପ ଦେଖାଦେବ
  • ‘Farmers Corner’ ମଧ୍ୟରେ ଆପଣଙ୍କୁ ‘Beneficiaries List’ ବିକଳ୍ପରେ କ୍ଲିକ୍ କରନ୍ତୁ
  • ଏବେ ଆପଣ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁ ସିଲେକ୍ଟ କରନ୍ତୁ
  • ଏବେ ଆପଣ ‘Get Report’ ଉପରେ କ୍ଲିକ୍ କରନ୍ତୁ

ଏହାପରେ ଆପଣଙ୍କ ସାମ୍ନାରେ ଲାଭାର୍ଥୀଙ୍କ ସମ୍ପୂର୍ଣ୍ଣ ଲିଷ୍ଟ ମଳିଯିବ । ଏଥିରେ ଆପଣ ଆପଣଙ୍କ ନାମ ଚେକ୍ କରିପାରିବେ । ଯଦି ଏହି ତାଲିକାରେ ଆପଣଙ୍କ ନାମ ନାହିଁ ତେବେ ଆପଣଙ୍କ ଡକ୍ୟୁମେଣ୍ଟରେ କିଛି ଭୁଲ ଥିବାରୁ ଏଭଳି ହୋଇଥାଇପାରେ । ତେଣୁ ଏହାକୁ ସୁଧାରିବା ପାଇଁ ଏମିତି କରନ୍ତୁ ଆବେଦନ ।

  • ଆପଣ ପ୍ରଥମେ ପିଏମ କିଷାନ ଅଫିସିଆଲ https://pmkisan.gov.in. କୁ ଯାଆନ୍ତୁ
  • ସେଠାରେ ‘Farmers Corner’ କୁ ଯାଇ ଏଡିଟ୍ ଆଧାର ଡିଟେଲ୍ସ ବିକଳ୍ପ ଉପରେ କ୍ଲିକ କରନ୍ତୁ ।
  • ଏଠାରେ ଆପଣ ଆଧାର ନମ୍ବର ଦେଇ କେପ୍ଚ କୋର୍ଡ ଭରି ସବମିଟ କରନ୍ତୁ
  • ଯଦି ଏଠାରେ ଆପଣଙ୍କୁ କିଛି ଭୁଲ ଦେଖାଯାଏ ତେବେ ଏହାକୁ ଅନଲାଇନରେ ଠିକ କରାନ୍ତୁ
  • ଯଦି ସମ୍ଭବ ହେଉନାହିଁ ତେବେ କୃଷି ବିଭାଗ କାର୍ଯ୍ୟାଳୟ ସହ ଯୋଗା ଯୋଗ କରନ୍ତୁ ।