ଆପଣଙ୍କ ଆକାଉଣ୍ଟକୁ ପିଏମ କିଷାନ ନିଧି ଟଙ୍କା ଏପର୍ଯ୍ୟନ୍ତ ଆସିନାହିଁ କି, ଜାଣନ୍ତୁ କାହିଁକି ?

983

କନକ ବ୍ୟୁରୋ : ପିଏମ କିଷାନ ନିଧି ଯୋଜନା । ଏବେ ବି କିଛି ଚାଷୀଙ୍କ ଆକାଉଣ୍ଟକୁ କିସ୍ତି ଟଙ୍କା ଆସିନାହିଁ । ସୂଚନାନୁସାରେ, ୯ ଅଗଷ୍ଟ ୨୦୨୧ ରେ କେନ୍ଦ୍ର ସରକାର ନବମ କିସ୍ତି ଟଙ୍କା କୃଷକଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିଥିଲେ । ଏହି ଯୋଜନା ଅଧୀନରେ ଦେଶର ପ୍ରାୟ ୧୨.୧୪ କୋଟି ଚାଷୀ ଲାଭ ପାଇଛନ୍ତି । ୧୨.୧୪ କୋଟି କୃଷକଙ୍କ ମଧ୍ୟରୁ ନବମ କିସ୍ତିର ଟଙ୍କା ୧୦ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଛି । ତଥାପି ପ୍ରାୟ ୨ କୋଟି ଚାଷୀଙ୍କୁ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କା କିସ୍ତି ମିଳିନାହିଁ ।  ଜାଣନ୍ତୁ କାହିଁକି ଏହି ୨ କୋଟି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଅଟକି ରହିଛି ।

୨ କୋଟି ଚାଷୀ କାହିଁକି ଟଙ୍କା ପାଇଲେ ନାହିଁ ?

ମନି କଣ୍ଟ୍ରୋଲର ଖବର ଅନୁଯାୟୀ, ଅନେକ ଅଣ କୃଷକ ଏହି ଯୋଜନାର ଲାଭ ଉଠାଉଥିଲେ । ଏହି ଘଟଣା ଜଣାପଡିବା ପରେ କେନ୍ଦ୍ର ସରକାର ଦ୍ୱାରା କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଅଣକୃଷକମାନଙ୍କଠାରୁ ଟଙ୍କା ଆଦାୟ କରାଯାଉଛି । ସୂଚନାନୁସାରେ, ତାମିଲନାଡୁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ଏଭଳି ମାମଲା ଦେଖିବାକୁ ମିଳିଛି । ଏଠାରେ ଆୟକର ପୈଠ କରୁଥିବା କୃଷକମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଉଥିଲେ ।  ଅନେକ ଅଣକୃଷକ ଭୟରେ ପଞ୍ଜିକରଣ ପ୍ରତ୍ୟାହାର କରି ନେଇଛନ୍ତି । ଏହା ବ୍ୟତୀତ ଅନେକ କୃଷକଙ୍କ ଭୁଲ ତଥ୍ୟ ହେତୁ ସେମାନଙ୍କୁ ପୋର୍ଟାଲରୁ ନାଁ ହଟାଇ ଦିଆଯାଇଛି । ଗୃହ ମନ୍ତ୍ରୀ ଗୃହରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ପ୍ରାୟ ୪୨ ଲକ୍ଷ ଅଯୋଗ୍ୟ କୃଷକ ଏହି ଯୋଜନାର ଲାଭ ଉଠାଉଛନ୍ତି ।

କେଉଁ କାରଣରୁ ଅଟକିଛି ଟଙ୍କା ?

– ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାରରେ ଅଲଗା-ଅଲଗା ନାଁ ରହିଥିଲେ
– ଯଦି IFSC କୋଡ୍, ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଠିକ୍ ନଥିଲେ
– ଇଂରାଜୀରେ ଚାଷୀଙ୍କ ନାମ ରହିବା ଆବଶ୍ୟକ
– ଗାଁର ନାମ ଲେଖିବାରେ ତ୍ରୁଟି ଥିଲେ ମଧ୍ୟ ଟଙ୍କା ଅଟକି ଯିବ