ଆଜି ପିଏମ-କିଷାନ ଯୋଜନାରେ କୃଷକଙ୍କୁ ମିଳିବ ଟଙ୍କା : ୯.୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଯିବ ୧୯,୦୦୦ କୋଟି ଟଙ୍କା

3,930

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ଆଜି କୃଷକଙ୍କୁ ଖାତାକୁ ଅଷ୍ଟମ କିସ୍ତି ଟଙ୍କା ଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ଏକ ସମାରୋହରେ କୃଷକଙ୍କୁ ଏହି କିସ୍ତି ଜାରି କରିବେ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବାଏହି ସମାରୋହରେ ଦେଶର ପ୍ରାୟ ୯.୫ କୋଟି କୃଷକଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ପଠାଯିବ ।

ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧ ଦଶମିକ ୧୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଖାତାକୁ ଯାଇସାରିଲାଣି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା । ଏହା ଡିବିଟି ଜରିଆରେ ସିଧା କୃଷକଙ୍କ ଖାତାକୁ ଯାଇଥାଏ ।