କନକ ବ୍ୟୁରୋ : ଯଦି ଆପଣ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଏହି ଯୋଜନାର ୧୨ ତମ କିସ୍ତି ଦିପାବଳୀ ପୂର୍ବରୁ ଚାଷୀଙ୍କୁ ଦେବାକୁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୭ ତାରିଖରେ ପୁସା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷକଙ୍କ ଖାତାକୁ ଟଙ୍କା ପଠାଇବେ ।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମୁତାବକ ୧୭ ଓ ୧୮ ଅକ୍ଟୋବର ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଛି ଚାଷୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି, ଯେଉଁ ହିତାଧିକାରୀମାନେ ଇ-କେୱାସୀ କରି ନାହାଁନ୍ତି ସେମାନଙ୍କୁ ୧୨ ତମ କିସ୍ତି ମିଳିବ ନାହିଁ । ଏହାସହ ଯେଉଁ ହିତାଧିକାରୀମାନଙ୍କୁ କୌଣସି କାରଣରୁ ୧୧ ତମ କିସ୍ତି ମିଳିନାହିଁ ଏଥର ସେମାନଙ୍କ ଖାତାକୁ ୨ ଟି କିସ୍ତିର ୪ ହଜାର ଟଙ୍କା ପ୍ରଦାନ କରାଯିବ ।
ଇ-କେୱାସି ନେଇ ସରକାର ତୀକ୍ଷ୍ମ ନଜର ରଖିଛନ୍ତି । କାରଣ କିଛି ଅଭିଯୋଗ ହୋଇଛି କି କିଛି ଲୋକ ଭୁଲ ତରିକାରେ ଯୋଜନାରେ ନାମ ସାମିଲ କରି ଲାଭ ପାଉଛନ୍ତି । ଏହି କାରଣରୁ ସରକାର ଇ- କେୱାସିକୁ ବାଧ୍ୟତାମୂଳକ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/26-7.jpg)