କାଲି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା । ବାରାଣାସୀ ସଭାରୁ ଟଙ୍କା ବାଣ୍ଟିବେ ମୋଦୀ । ବରଗଡ ସଭାରେ ରହିବେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ।

1,386

କନକ ବ୍ୟୁରୋ: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା । ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା । ଦେଶର ୯ କୋଟି ୩୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଯିବ । କାଲି ୧୭ ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରାଣାସୀ ସଭାରୁ ଟଙ୍କା ବାଂଟିବେ ପ୍ରଧାନମନ୍ତ୍ରୀ । ସେହିପରି ବରଗଡ଼ରେ ରାଜ୍ୟସ୍ତରୀୟ ପିଏମ୍ କିଶାନ ଉତ୍ସବ ଦିବସ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ଜିଲ୍ଲା ଗସ୍ତ କରିବେ । ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଉପସ୍ଥିତ ରହିବେ । ସେହିପରି ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରହିବେ ବୋଲି ସୂଚନା ମିଳିଛି ।