ଆଜି ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଣ୍ଟିବେ ପିଏମ କିଷାନ ଟଙ୍କା । ବରଗଡରେ କରିବେ ରୋଡ ଶୋ’ ।

348

କନକ ବ୍ୟୁରୋ: ଚାଷୀ ପାଇବେ ପିଏମ୍ କିଷାନ ଟଙ୍କା । ଆଉ ଓଡିଶାରେ ବରଗଡରେ ଏଥିପାଇଁ ଏକ ସଭା ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ।

ମୋହନ ମାଝୀଙ୍କ ଗସ୍ତକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ବରଗଡ ମିନି ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ଯାଇ ଓହ୍ଲାଇବେ । ଅପରାହ୍ନ ୩ଟା ୪୦ ମିନିିଟରେ ସେ ପହଞ୍ଚିିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ସେ ଏକ ରୋଡ ଶୋ କରିବେ । ଗାନ୍ଧୀ ଛକରୁ ବାହାରି ବାନ୍ଦୁଟିକ ଛକ ଯାଏ ରୋଡ ସୋ କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୪ ଜଣ ଅତିରିକ୍ତ ଏସପି, ୧୧ଜଣ ଡିଏସପି, ୨୮ ଇନସପେକ୍ଟର, ୧୩୦ ଏଏସଆଇ ଓ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।