କନକ ବ୍ୟୁରୋ: ଚାଷୀ ପାଇବେ ପିଏମ୍ କିଷାନ ଟଙ୍କା । ଆଉ ଓଡିଶାରେ ବରଗଡରେ ଏଥିପାଇଁ ଏକ ସଭା ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ।
ମୋହନ ମାଝୀଙ୍କ ଗସ୍ତକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ବରଗଡ ମିନି ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ଯାଇ ଓହ୍ଲାଇବେ । ଅପରାହ୍ନ ୩ଟା ୪୦ ମିନିିଟରେ ସେ ପହଞ୍ଚିିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ସେ ଏକ ରୋଡ ଶୋ କରିବେ । ଗାନ୍ଧୀ ଛକରୁ ବାହାରି ବାନ୍ଦୁଟିକ ଛକ ଯାଏ ରୋଡ ସୋ କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୪ ଜଣ ଅତିରିକ୍ତ ଏସପି, ୧୧ଜଣ ଡିଏସପି, ୨୮ ଇନସପେକ୍ଟର, ୧୩୦ ଏଏସଆଇ ଓ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/5-29.jpg)