କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିସାନ ଯୋଜନାର ଲଞ୍ଚ କରିଛନ୍ତି । ଦୀପାବଳି ପୂର୍ବରୁ କୃଷକଙ୍କୁ ବଡ ଭେଟି ଦେଇଛନ୍ତି । ପିଏମ୍ କିସାନ ସମ୍ମାନ ନିଧିର ୧୨ ତମ କିସ୍ତି ଅଧିନରେ ହିତାଧିକାରୀଙ୍କୁ ୧୬ ହଜାର କୋଟି ଟଙ୍କା ହସ୍ତାନ୍ତରଣ କରାଯାଇଛି ।
ଦେଶର ୮ କୋଟିରୁ ଅଧିକ କୃର୍ଷକଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ତିନିଟି କିସ୍ତିରେ ହିତାଧିକାରୀ କୃଷକଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ମେଳା ଗ୍ରାଉଣ୍ଡରେ ପିଏମ୍ କିସାନ ସମ୍ମିଳନୀର ଉଦଘାଟନ କରିଛନ୍ତି ।
ଏହାସହ ମୋଦି ଏକ ରାଷ୍ଟ୍ର ଏକ ଉର୍ବର ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ରର ଉଦ୍ଘାଟନ ମଧ୍ୟ କରାଯାଇଛି । ଏହି କେନ୍ଦ୍ର ଦ୍ୱାରା କୃଷି ସହିତ ଜଡ଼ିତ କୃଷକଙ୍କ ସମସ୍ତ ଆବଶ୍ୟକତା ପୂରଣ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କୁ ଅଧିକ ସମୃଦ୍ଧ ସହ କୃଷି ବ୍ୟବସ୍ଥାକୁ ଅଧିକ ଆଧୁନିକ କରିବା ପାଇଁ ସରକାର ବିଭିନ୍ନ କାଯ୍ୟକ୍ରମ କରାଯାଉଥିବା ମୋଦୀ କହିଛନ୍ତି ।
Follow Us