ଏହି କାର୍ଡ ବିନା ମିଳିବ ନାହିଁ ‘ପି ଏମ କିଷାନ’ ଯୋଜନାର ୧୦ମ କିସ୍ତି, ଜାଣନ୍ତୁ କେମିତି କରିବେ ପଞ୍ଜିକରଣ

Advertisment
ଏହି କାର୍ଡ ବିନା ମିଳିବ ନାହିଁ ‘ପି ଏମ କିଷାନ’ ଯୋଜନାର ୧୦ମ କିସ୍ତି, ଜାଣନ୍ତୁ କେମିତି କରିବେ ପଞ୍ଜିକରଣ

କନକ ବ୍ୟୁରୋ : ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ହେଉଥିବା ଠକେଇକୁ ରୋକିବାକୁ କେନ୍ଦ୍ର ସରକାର ପଞ୍ଜିକରଣ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଛନ୍ତି । ଏବେ ଏହି ଯୋଜନାର ଲାଭ ପାଇବାକୁ ହେଲେ କୃଷକମାନଙ୍କୁ ପଞ୍ଜିକରଣ ବେଳେ ରାସନ କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଏବେ ପିଏମ କିଷାନ ପୋର୍ଟାଲରେ ରାସନ କାର୍ଡ ନମ୍ବର ପଞ୍ଜିକୃତ କରିବା ପରେ ସ୍ୱାମୀ କିମ୍ବା ସ୍ତ୍ରୀକୁ ଏହି ଯୋଜନାର ୧୦ ମ କିସ୍ତି ମିଳିବ । ସିଧା ସଳଖ ଏବେ ଏହି ଯୋଜନାରେ ପଞ୍ଜିକରଣ କରିବାକୁ ହେଲେ ଆପଣଙ୍କୁ ପିଏମ କିଷାନ ପୋର୍ଟାଲକୁ ଯାଇ ରାସନ କାର୍ଡ ନମ୍ବର ଏଣ୍ଟ୍ରି କରିବାକୁ ପଡିବ ।

ଏହି ଯୋଜନାରେ ଆପଣ ପଞ୍ଜିକରଣ କରିବାକୁ ଚାହୁଁଥିଲେ ଜମିର ଖତିଆନ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଓ ଘୋଷଣା ପତ୍ରର ହାର୍ଡ କପି ଜମା କରିବାକୁ ପଡିବ । ଏହିସବୁ ଦସ୍ତାବିଜକୁ ପିଡିଏଫ୍ ଫାଇଲ କରି ପିଏମ କିଷାନ ପୋର୍ଟାଲରେ ଅପଲୋଡ କରିବାକୁ ପଡିବ ।

କହିରଖୁ କି ପଞ୍ଜିକରଣ ପାଇଁ ଆପଣଙ୍କ ପାଖରେ ମୋଟ ୭ ଦିନ ସମୟ ରହିଛି । ଅର୍ଥାତ ଚଳିତ ମାସ ୩୧ ତାରିଖ ସୁଦ୍ଧା ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଯଦି ଆପଣ ଆବେଦନ କରିସାରିଛନ୍ତି ଓ ଏହା ଗ୍ରହଣ ଯୋଗ୍ୟ ହୋଇ ସାରିଛି ତେବେ ଆପଣଙ୍କୁ ନଭେମ୍ବର ମାସରେ ୨ ହଜାର ଓ ଡିସେମ୍ବର ମାସରେ ୨୦୦୦ ଟଙ୍କା ମିଳିବ ।

କେମିତି କରିବେ ପଞ୍ଜିକରଣ
ନିଜ ଫୋନେରେ ପ୍ଲେ ଷ୍ଟୋର କୁ ଯାଇ ପିଏମକିଷାନ ଜିଓଆଇ ମୋବାଇଲ ଆପ୍ ଡାଉନଲୋଡ କରନ୍ତୁ

ଏଥିରେ ଆଧାର କାର୍ଡ ଓ କେପ୍ଚ ନମ୍ବର ଦାଖଲ କରିବା ପରେ କଣ୍ଟିନ୍ୟୁ  ଉପରେ କ୍ଲିକ୍ କରନ୍ତୁ

ପଞ୍ଜିକରଣ ଫର୍ମରେ ନାମ, ଠିକଣା, ବ୍ୟାଙ୍କ ଡିଟେଲ୍ସ ଓ ଆଇଏଫସି କୋର୍ଡ ଦିଅନ୍ତୁ

ଏହାପରେ ଫର୍ମକୁ ସବମିଟ୍ କରନ୍ତୁ

ସବମିଟ୍ ଉପରେ କ୍ଲିକ କରିବା ପରେ ଆପଣଙ୍କ ପଞ୍ଜିକରଣ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe