କନକ ବ୍ୟୁରୋ : ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ହେଉଥିବା ଠକେଇକୁ ରୋକିବାକୁ କେନ୍ଦ୍ର ସରକାର ପଞ୍ଜିକରଣ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଛନ୍ତି । ଏବେ ଏହି ଯୋଜନାର ଲାଭ ପାଇବାକୁ ହେଲେ କୃଷକମାନଙ୍କୁ ପଞ୍ଜିକରଣ ବେଳେ ରାସନ କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଏବେ ପିଏମ କିଷାନ ପୋର୍ଟାଲରେ ରାସନ କାର୍ଡ ନମ୍ବର ପଞ୍ଜିକୃତ କରିବା ପରେ ସ୍ୱାମୀ କିମ୍ବା ସ୍ତ୍ରୀକୁ ଏହି ଯୋଜନାର ୧୦ ମ କିସ୍ତି ମିଳିବ । ସିଧା ସଳଖ ଏବେ ଏହି ଯୋଜନାରେ ପଞ୍ଜିକରଣ କରିବାକୁ ହେଲେ ଆପଣଙ୍କୁ ପିଏମ କିଷାନ ପୋର୍ଟାଲକୁ ଯାଇ ରାସନ କାର୍ଡ ନମ୍ବର ଏଣ୍ଟ୍ରି କରିବାକୁ ପଡିବ ।
ଏହି ଯୋଜନାରେ ଆପଣ ପଞ୍ଜିକରଣ କରିବାକୁ ଚାହୁଁଥିଲେ ଜମିର ଖତିଆନ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଓ ଘୋଷଣା ପତ୍ରର ହାର୍ଡ କପି ଜମା କରିବାକୁ ପଡିବ । ଏହିସବୁ ଦସ୍ତାବିଜକୁ ପିଡିଏଫ୍ ଫାଇଲ କରି ପିଏମ କିଷାନ ପୋର୍ଟାଲରେ ଅପଲୋଡ କରିବାକୁ ପଡିବ ।
କହିରଖୁ କି ପଞ୍ଜିକରଣ ପାଇଁ ଆପଣଙ୍କ ପାଖରେ ମୋଟ ୭ ଦିନ ସମୟ ରହିଛି । ଅର୍ଥାତ ଚଳିତ ମାସ ୩୧ ତାରିଖ ସୁଦ୍ଧା ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଯଦି ଆପଣ ଆବେଦନ କରିସାରିଛନ୍ତି ଓ ଏହା ଗ୍ରହଣ ଯୋଗ୍ୟ ହୋଇ ସାରିଛି ତେବେ ଆପଣଙ୍କୁ ନଭେମ୍ବର ମାସରେ ୨ ହଜାର ଓ ଡିସେମ୍ବର ମାସରେ ୨୦୦୦ ଟଙ୍କା ମିଳିବ ।
କେମିତି କରିବେ ପଞ୍ଜିକରଣ
ନିଜ ଫୋନେରେ ପ୍ଲେ ଷ୍ଟୋର କୁ ଯାଇ ପିଏମକିଷାନ ଜିଓଆଇ ମୋବାଇଲ ଆପ୍ ଡାଉନଲୋଡ କରନ୍ତୁ
ଏଥିରେ ଆଧାର କାର୍ଡ ଓ କେପ୍ଚ ନମ୍ବର ଦାଖଲ କରିବା ପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ
ପଞ୍ଜିକରଣ ଫର୍ମରେ ନାମ, ଠିକଣା, ବ୍ୟାଙ୍କ ଡିଟେଲ୍ସ ଓ ଆଇଏଫସି କୋର୍ଡ ଦିଅନ୍ତୁ
ଏହାପରେ ଫର୍ମକୁ ସବମିଟ୍ କରନ୍ତୁ
ସବମିଟ୍ ଉପରେ କ୍ଲିକ କରିବା ପରେ ଆପଣଙ୍କ ପଞ୍ଜିକରଣ ହୋଇଯିବ ।