ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର

183

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦଶମ ନିଯୁକ୍ତି ମେଳାରେ ଦେଶର ୫୧ ହଜାର ଯୁବକଙ୍କୁ ବାଂଟିଛନ୍ତି ନିଯୁକ୍ତିପତ୍ର । ଏହି ଯୁବବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗରେ ଦିଆଯାଇଛି ନିଯୁକ୍ତି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡ଼ିଓ କନଫରେନିଂ୍ସ ମାଧ୍ୟମରେ ଯୋଗଦେଇ ବାଂଟିଛନ୍ତି ନିଯୁକ୍ତିପତ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ସାରା ଦେଶର ୩୭ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହୋଇଥିବାବେଳେ ୫୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ମିଳିଛି । ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବା ଅଭିଯାନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରୋଜଗାର ମେଳର ଦଶମ ପର୍ଯ୍ୟାୟ । ଏହି ରୋଜଗାର ମେଳାରେ ଏପର୍ଯ୍ୟନ୍ତ ସାଢେ ୬ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ମଳିଛି ସରକାରୀ ଚାକିରି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡ଼ିଓ କନଫରେନିଂ୍ସ ମାଧ୍ୟମରେ ଯୋଗ ଦେଇ ନବ ନିଯୁକ୍ତଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି, ଦିପାବଳୀକୁ ମାତ୍ର ଆଉ କିଛି ଦିନ ବାକି ରହିଛି, ହେଲେ ନିଯୁକ୍ତିପତ୍ର ପାଇଥିବା ସମସ୍ତଙ୍କ ଘରେ ଏବେଠୁ ଦୀପାବଳୀର ଖୁସି ଦେଖିବାକୁ ମିଳିବ । ଆପଣଙ୍କ କଠିନ୍ ପରିଶ୍ରମର ସଠିକ୍ ମୂଲ୍ୟ ମିଳିଛି । ବର୍ତମାନ ଚାକିରି ପାଇବା ପ୍ରକ୍ରିୟା ସହଜ ହୋଇଛି ।

ନିଯୁକ୍ତି ପାଇଥିବା କେନ୍ଦ୍ର ସରକାଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାମ କରିବେ । ନୂତନ କର୍ମଚାରୀମାନେ ଷ୍ଟେସନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କର୍ମସିଆଲ କମ୍ ଟିକେର୍ଟ କ୍ଲର୍କ, ଇନପେକ୍ଟର, ସବ-ଇନ୍ସପ୍ଟେକର, କନେଷ୍ଟବଲ, ଷ୍ଟେନେଗ୍ରାଫର, ଜୁନିୟର ଆକାଉଂଟାଟ୍ ଆଦି ସରକାରଙ୍କ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି ।

୨୦୨୨ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଆରମ୍ଭ ହୋଇଥିଲା । ସେବେ ଠାରୁ ନିରନ୍ତର ଭାବେ ରୋଜଗାର ମେଳାର ଆୟୋଜନ ହୋଇଆସୁଛି । ୨୦୨୩ ବର୍ଷ ଶେଷ ସୁଦ୍ଧା ଦେଶରେ ୧୦ ଲକ୍ଷ ଲୋକଙ୍କୁ ନଯୁକ୍ତି ଦେବାର ଲକ୍ଷ୍ୟ ହେଉଛି ରୋଜଗାର ମେଳାର ମୂଳ ଉଦେଶ୍ୟ । ତେବେ ଗତ ୧୧ ମାସ ଭିତରେ ଦେଶରେ ସାଢେ ୬ ଲକ୍ଷରୁ ଅଧିକ ଯୁବପିଢୀ ନିଯୁକ୍ତି ପାଇସାରିଲେଣି । ରୋଜଗାର ସୃଷ୍ଟିକୁ ସବୋର୍ଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।