୨୫ ସେପ୍ଟେମ୍ବରରୁ ଆରମ୍ଭ ହେବ ମୋଦିଙ୍କ ମାଗଣା ହେଲଥକେୟାର ପ୍ରୋଗ୍ରାମ : ଜାଣନ୍ତୁ ଆପଣଙ୍କୁ ଏଥିରୁ କ’ଣ ମିଳିବ ଫାଇଦା

40

ପ୍ରଧାନମନ୍ତ୍ରୀ ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆରମ୍ଭ ୨୫ ସେପ୍ଟେମ୍ବରରୁ ହେବ । ଏହି ଯୋଜନାକୁ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଆରମ୍ଭ ହେବ । ଦେଶର ୧୫ ହଜାର ସରକାରୀ ଓ ଘରୋଇ ହସପିଟାଲ ଏହି ଯୋଜନାରେ ଭାଗିଦାରୀ ନେବାର ଇଚ୍ଛା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ୨୩ ସେପ୍ଟେମ୍ବରରେ ଯୋଜନାର ଉଦଘାଟନ୍ କରିବେ, କିନ୍ତୁ ପ୍ରଭାବୀ ଭାବେ ଏହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିବସ ୨୫ ସେପ୍ଟେମ୍ବରରୁ ଲାଗୁ ହେବ । କେନ୍ଦ୍ର ସରକାରଙ୍କୁ ଏପ୍ରିିଲ ୨୦୧୯ ପର୍ଯ୍ୟନ୍ତ ପାଖାପାଖି ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବା ସହିତ ୨୬-୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କରିବାର ସମ୍ଭାବନା ଅଛି ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଲାଗୁ କରିବାରେ ବସ୍ତୁ ଏବଂ ସେବା କର ଭଳି ସମସ୍ୟା ଆସିବନି । ଏହି ଯୋଜନାର ହିତାଧିକାରୀଙ୍କୁ ତାଙ୍କର ପରିଚୟ ପ୍ରମାଣ ଦେବାକୁ ପଡିବ । ସେଥିପାଇଁ ଆଧାର କାର୍ଡ କିମ୍ବା ପରିଚୟ ପତ୍ର ବା ରାସନ କାର୍ଡ ଦେଖାଇପାରିବେ । ନୀତି ଆୟୋଗର କହିବାନୁସାରେ, ସାମାଜିକ- ଆର୍ଥିକ ଏବଂ ଜାତୀୟ ଜନଗଣନା ୨୦୧୧ରେ ଯାହାଙ୍କୁ ଗରୀବ ଦର୍ଶାଯାଇଛି, ସେ ସମସ୍ତଙ୍କୁ ଏହି ଯୋଜନାର ଲାଭ ମିଳିବ ।

ଯୋଜନାର ଲକ୍ଷ୍ୟ ୧୦ କୋଟି ୭୪ ଲକ୍ଷ ଗରୀବ ପରିବାରଙ୍କୁ ୫ ଲକ୍ଷ ଟଙ୍କା ବାର୍ଷିକ ସ୍ୱାସ୍ଥ୍ୟ ବୀମା ଦିଆଯିବ । ଏହି ଯୋଜନାରେ ଦେଶର ୪୦% ଜନସଂଖ୍ୟା ଆସିିଯିବ । ଦୁନିଆର ଏହି ସବୁଠାରୁ ବଡ ହେଲଥକେୟାର ପ୍ରୋଗ୍ରାମର ୬୦% ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇବେ ଯେବେକି ଶେଷ ୪୦% ଯୋଗଦାନ ରାଜ୍ୟଗୁଡିକୁ କରିବାକୁ ହେବ ।