ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନିଜର ତିନି ମାସର ଶିଶୁକୁ ଧରି ୟୁଏନ୍ ବୈଠକରେ ପହଞ୍ଚିଥିଲେ। ଏହି ଘଟଣା ପରେ ସେ ଦୁନିଆର ପ୍ରଥମ ମହିଳା ନେତା ବନିଛନ୍ତି ଯିଏକି ନିଜ ନବଜାତ ଶିଶୁକୁ କୋଳରେ ଧରି ୟୁଏନ୍ ମହାସଭାରେ ସାମିଲ ହୋଇଥିଲେ। ଆର୍ଦର୍ନ ଦୁନିଆର ସେହି ନେତାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି ଯେଉଁମାନେ କି ନିଜ କାର୍ୟ୍ୟକାଳ ଭିତରେ ଶିଶୁକୁ ଜନ୍ମ ଦେଇଥିଲେ।
ୟୁଏନ୍ ମହାସଭାରୁ ମିଡିଆରେ ଆସିଥିବା ଏକ ଫଟୋରେ ପ୍ରଧାନମନ୍ତ୍ରୀ ନିଜ ଶିଶୁକୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ଏହି ସମୟରେ ଆର୍ଦର୍ନଙ୍କ ସହିତ ତାଙ୍କ ସାଥୀ କଲାର୍କ ଗେଫୋର୍ଡ ବି ଅଛନ୍ତି। ଏହା ପ୍ରଥମ ଘଟଣା କି କୌଣସି ଦେଶର ପ୍ରଧାନମନ୍ତ୍ରୀ ନିଜର ତିନି ମାସର ଶିଶୁ ସହିତ ମହାସଭାରେ ସାମିଲ ହେବା ପାଇଁ ପହଞ୍ଚିଥିଲେ। ଆର୍ଦର୍ନ ନିଜର ଝିଅ ଓ ସାଥୀକୁ ଧରି ନେଲସନ୍ ମଡେଲା ଶାନ୍ତି ବାର୍ତ୍ତାରେ ନିଜର ଭାଷଣ ଦେବା ପାଇଁ ପହଞ୍ଚିଥିଲେ। ଆର୍ଦର୍ନ ଜୁନ୍ ୨୧ରେ ଆକଲ୍ୟାଣ୍ଡ ହସ୍ପିଟାଲରେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ଛଅ ସପ୍ତାହର ମାତୃତ୍ୱ ଅବକାଶ ପରେ ଅଗଷ୍ଟ ପ୍ରାରମ୍ଭରେ ସେ ନିଜ କାମକୁ ଫେରି ଆସିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/1_112_1.jpeg)
/kanak/media/post_attachments/wp-content/uploads/2018/09/þZ-300x198.jpg)