କୋସିରେଲ ମହାସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ : ମହାସେତୁ ନିର୍ମାଣ ହେବା ଫଳରେ ନିର୍ସଲି ଓ ସରାୟାଗଡ ମଧ୍ୟରେ ରେଳ ସଂପର୍କ ସ୍ଥାପିତ

212
କନକ ବ୍ୟୁରୋ : ନଭେମ୍ବର ଶେଷସୁଦ୍ଧା ହେବ ବିହାରର ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି କେନ୍ଦ୍ରସରକାର ବିହାର ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର କୋସିରେଲ ମହାସେତୁର ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ସଭାରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି କି, ଏହି ମହାସେତୁର ଶୁଭାରମ୍ଭ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ହୋଇଥିଲା । ମାତ୍ର କଂଗ୍ରେସ ସରକାର ସମୟରେ ଏହି କାମ ମୋଟା ମୋଟି ଭାବେ ବନ୍ଦ ହୋଇ ରହିଥିଲା । ୨୦୦୩-୪ ରେ ଏହି ୨୨ କିଲୋମିଟର ଲମ୍ବା କୋସି ନୂଆ ଲାଇନ ପରିଯୋଜନାକୁ ମଞ୍ଜୁରୀ ମିଳିଥିଲା ।
ଏହି ମହାସେତୁ ନିର୍ମାଣ ହେବା ଫଳରେ ନିର୍ସଲି ଓ ସରାୟାଗଡ ମଧ୍ୟରେ ରେଳ ସଂପର୍କ ସ୍ଥାପିତ ହୋଇଛି । ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଏକ ବିକଳ୍ପ ରାସ୍ତା ମଧ୍ୟ ମିଳିଛି । ଅନ୍ୟପଟେ ୧୩ କିଲୋମିଟର ଲମ୍ବା ସରାୟାଗଡରୁ ଆସନପୁର କୁପହା ନୂଆ ଲାଇନର କାର୍ଯ୍ୟ ଶେଷ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେତୁର ଉଦଘାଟନ କରିବା ସହ ସମସ୍ତିପୁର ରେଳ ମଣ୍ଡଳରେ କିଛି ନୂଆ ଯୋଜନାର ଉଦଘାଟନ କରିଛନ୍ତି । ଏହା ସହ ସୁପୋଲ ରୁ ଆସନପୁର କୁପହା ଡେମୁ ଟ୍ରେନ ପରିଚାଳନାକୁ ବି ସବୁଜ ସଂକେତ ଦେଇଛନ୍ତି ।