କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଆଜି କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କରିବା ସହ ନିଜେ ଯାତ୍ରା କରିଛନ୍ତି । ମୋଦୀ ଏହି ମେଟ୍ରୋରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି । ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ମାତ୍ର ୪୫ ସେକେଣ୍ଡେରେ ହୁଗଲି ନଦୀ ତଳେ ୫୨୦ ମିଟର ଦୂରତା ଅତିକ୍ରମ କରିପାରିବ ।

ଅଣ୍ଡରୱାଟର ମେଟ୍ରୋରେ ମୋଦୀ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିବା ସମୟରେ ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ମେଟ୍ରୋରେ ଯାତ୍ରା କରିବାର ସେମାନଙ୍କ ଅନୁଭୂତି ସାଉଁଟିଥିଲେ ମୋଦୀ । ପାଣି ଭିତରେ ଯାତ୍ରା କରିବା ବାସ୍ତବରେ ଏକ ନିଆରା ଅନୁଭୂତି ବୋଲି କହିଥିଲେ ଛାତ୍ରଛାତ୍ରୀ ।