ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ । ବାଲେଶ୍ୱର ଦୁର୍ଘଟଣାର କରିବେ ସମୀକ୍ଷା

505

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରିବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଛନ୍ତି ।

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏଯାଏଁ ୨୩୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଏହାସହ ଗୁରୁତର ଆହତ ଓ ଆହତଙ୍କୁ ବାଲେଶ୍ୱର, ଭଦ୍ରକ, ସୋର, ଖନ୍ତାପଡା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଦକ୍ଷିଣ-ପୂର୍ବ ରେଳ ବିଭାଗର ସୂଚନା ଦେଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ସହ ଅଗ୍ନିଶମ ବିଭାଗ । ଏହି ଘଟଣା ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଛି ।