କନକ ବ୍ୟୁରୋ: ଆଜି ସକାଳୁ ଯେବେ ଅହମ୍ମଦାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ସେ ସମୟରେ, ସତେ ଯେମିତି ଉତ୍ସବମୁଖର ହୋଇପଡିଥିଲା ଅହମ୍ମଦାବାଦ ସହର । କଡ଼ା ସୁରକ୍ଷା, ବ୍ୟାରିକେଟ, ଶହ ଶହ ସମର୍ଥକଙ୍କ ଗହଣରେ ମୋଦୀଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଚାରିପଟେ ଶୁଭୁଥିଲା ମୋଦୀ ମୋଦୀ । ଗାଡିରୁ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ଚାଲି ଚାଲି ସିଧା ଆସିଥିଲେ ପୁଲିଂ ବୁଥକୁ । ରାସ୍ତାର ଦୁଇକଡରେ ଛିଡା ହୋଇଥିବା ସମର୍ଥକ ଏବଂ କର୍ମୀଙ୍କଠୁ ଅଭିବାଦନ ଗ୍ରହଣ କରିବା ପରେ, ପୁଲିଂ ବୁଥକୁ ଯାଇ ଭୋଟ ଦେଇଥିଲେ ମୋଦୀ । ତେବେ ପ୍ରଚଣ୍ଡ ରୌଦ୍ରତାପରେ ନିଜକୁ ସୁରକ୍ଷିତ ରଖିବାକୁ ସାମ୍ବାଦିକଙ୍କୁ ପରାମର୍ଶ ଦେବା ସହ ପର୍ଯ୍ୟାପ୍ତ ପରିମାଣରେ ପିଇବାକୁ କହିଛନ୍ତି ମୋଦୀ ।
ତେବେ ଭୋଟ ଦେଇ ଫେରିବା ପରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସମର୍ଥକଙ୍କଠୁ ଉପହାର ଗ୍ରହଣ କରିବା ସହ ସେମାନଙ୍କୁ ଅଟୋଗ୍ରାଫ ଦେଇଥିଲେ ମୋଦୀ । କୁନି କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି ସେମାନଙ୍କ ସହ କରମର୍ଦ୍ଦନ କରିବା ସହ ସେମାନେ ଆଙ୍କିଥିବା ଚିତ୍ରରେ ଅଟୋଗ୍ରାଫ ଦେଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଶଂସକଙ୍କ ଭିଡ ଭିତରେ ଜଣେ ମହିଳା ଯେବେ ନିଜ କୁନି ଶିଶୁକୁ ମୋଦୀଙ୍କୁ ଆଡକୁ ବଢ଼ାଇ ଦେଇଥିଲେ ସେ ସମୟରେ ମୋଦୀ ପ୍ରୋଟୋକଲ ଭାଙ୍ଗି ଶିଶୁକୁ କୋଳେଇ ନେଇଥିଲେ । ପ୍ରଧାନମନ୍ତ୍ରୀ ଓ ଶିଶୁର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
ରୋଚକ ଦୃଶ୍ୟ କେବଳ ଏଠି ଶେଷ ହୋଇନଥିଲା । ବୃଦ୍ଧା ମହିଳାଙ୍କ ଅନୁରୋଧ ରକ୍ଷା କରି ପ୍ରଧାନମନ୍ତ୍ରୀ ସେମାନଙ୍କ ହାତରୁ ରାକ୍ଷୀ ବାନ୍ଧିଥିିଲେ ଓ ଆର୍ଶୀବାଦ ନେଇଥିଲେ । ପରେ ପ୍ରଣାମ ଜଣାଇ ସେଠାରୁ ବିଦାୟ ନେଇଥିଲେ ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/29-4.jpg)