ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ଦିନିଆ ବିଦେଶ ଗ୍ରସ୍ତ । ରୋମରେ ପହଞ୍ଚିଲେ ମୋଦୀ

103

କନକ ବ୍ୟୁରୋ : ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ର ‘ଲିଓନାର୍ଡୋ ଡା ଭିନ୍‌ସି’ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସେ କହିଛନ୍ତି, ରୋମ୍‌ରେ ମୁଁ ୧୬ଶ ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ଅନ୍ୟାନ୍ୟ ‘ଜି୨୦’ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିବି ।

ଦୁଇଦିନିଆ ଇଟାଲି ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦ ଶିଖର ସମ୍ମିଳନୀ’ ବ୍ୟତୀତ ଅନ୍ୟାନ୍ୟ ମିତ୍ର ରାଷ୍ଟ୍ରମାନଙ୍କର ନେତାମାନଙ୍କୁ ଭେଟି ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଇଟାଲି ଗସ୍ତ ସମୟରେ ମୁଁ ଭଟିକାନ୍‌ ନଗର ଯାଇ ମହାମହିମ ପୋପ୍‌ ଫ୍ରାନ୍‌ସିସ୍‌ ଓ ବୈଦେଶିକ ସଚିବ କାର୍ଡିନାଲ୍‌ ପିଏଟ୍ରୋ ପେରୋଲିନ୍‌ଙ୍କୁ ଭେଟିବି ।

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୨ ବର୍ଷ ପରେ ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରୋମ୍‌ ଗସ୍ତ । ଆଜି ସେ ଭଟିକାନ୍‌ ନଗରୀ ଓ ଗ୍ଲାସ୍‌ଗୋ ଯାଇ ‘ଜି୨୦ ଶିଖର ସମ୍ମିଳନୀ’ ଓ ‘ସିଓପି୨୬’ରେ ଯୋଗ ଦେବେ। ଅପରାହ୍ଣ ୩.୩୦ରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ସନ୍ଧ୍ୟା ପ୍ରାୟ ୫.୩୦ରେ ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବେ ।