କନକ ବ୍ୟୁରୋ: ଆଜି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ମନ୍ତ୍ରୀ ତଥା ସାଂସଦଙ୍କ ଉଦ୍ଦେଶ୍ୟ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ସାଂସଦ ଓ ଦେଶବାସୀଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ଶୁଭକାମନା ଜଣାଇଛନ୍ତି ମୋଦୀ । ଏହାପରେ ସାଂସଦ ଓ ମନ୍ତ୍ରୀମାନଙ୍କର ଦେଶପ୍ରତି ଦାୟିତ୍ୱବୋଧକୁ ମନେପକାଇ ନିଜ ଅଭିଭାଷଣ ରଖିଛନ୍ତି । ମୋଦୀ କହିିଛନ୍ତି , ' ଆଜି ସଂସଦର ମୌସୁମୀ ଅଧିବେଶନର ଆରମ୍ଭ । ଦେଶ ଅତି ସତର୍କତାର ସହ ଦେଖୁଛି ସଂସଦର ଏହି ଅଧିବେଶନ ସକାରାତ୍ମକ, ସୃଜନାତ୍ମକ ହେଉ, ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମର୍ଥ ହେଉ ସେଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ । ଏହି ବଜେଟ୍ ମଜବୁତ ମୂଳଦୂଆ ରଖିଲାବାଲା ହେବା ଦରକାର । ଭାରତୟ ଗଣତନ୍ତ୍ର ଯେଉଁ ଗୌରବମୟ ଯାତ୍ରା ସ୍ୱାଧୀନତା ସହ ଆରମ୍ଭ କରିଥିଲା ସେଥିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଭାବେ ମୋତେ ଏବଂ ମୋର ସମସ୍ତ ସାଥୀଙ୍କ ପାଇଁ ଏହା ଏକ ଗାରିମାମୟ ବିଷୟ' ।

Advertisment

'୬୦ ବର୍ଷ ପରେ କୌଣସି ସରକାର ୩ଥର ପାଇଁ ପୁଣି ସରକାର ଗଢିଛି । ଏବଂ ଲଗାତାର ତୃତୀୟ ପାଳିରେ ବଜେଟ ରଖିବାକୁ ସମର୍ଥ ହୋଇଛି । ଯାହା ସାରା ଦେଶପାଇଁ ଏକ ଗୌରବମୟ ବିଷୟ ।ଦେଶବାସୀଙ୍କୁ ଯେଉଁ ଆମେ ଯେଉଁ ଗ୍ୟାରେଣ୍ଟିତ ଦେଇଆସିଛୁ ସେସବୁକୁ ସଫଳ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ । ଏହି ବଜେଟ୍ ଅମୃତ କାଳର ଏକ ମହତ୍ୱପୂର୍ଣ୍ଣ ବଜେଟ୍ । ଆମକୁ ପୁଣିଥରେ ୫ ବର୍ଷର ଯେଉଁ ସୁଯୋଗ ମିଳିଛି, ସେଥିରେ ଏହି ବଜେଟ୍ ଦିଗ ନିର୍ଣ୍ଣୟ କରିବ । ଏହି ବଜେଟ୍ ୨୦୪୭ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ହେବ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବାକୁ ମଜବୁତ୍ ମୂଳଦୂଆ ପକାଇବ । ପ୍ରତି ଦେଶବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ , ଭାରତ ଆର୍ଥିକ ଦେଶ ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଦେଶରେ ସାମିଲ ହୋଇଛି । ଗତ ୩ ବର୍ଷରେ ଲଗାତାର ଭାରତ ୮ ପ୍ରତିଶତ ଅଭିବୃଦ୍ଧି ସହ ଆମେ ଆଗକୁ ବଢୁଛୁ । ଆଜି ଭାରତରେ ପଜିଟିଭ୍ ଆଉଟଲୁକ୍ , ଇନଭେଷ୍ଟମେଣ୍ଟଣ୍ଟ ଓ ପରଫମାନ୍ସ ସୁଯୋଗର ଶୀର୍ଷରେ ପହଞ୍ଚିଛି । ଏହା ନିଜ ଭିତରେ ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ’ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଦେଶର ସବୁ ସାଂସଦଙ୍କୁ ଅପିଲ କରୁଛି, ଆମେ ଗତ ଜାନୁଆରୀରାରୁ ନେଇ ଆମ ପାଖାରେ ଥିବା ସାମର୍ଥକୁ ନେଇ ଯଥାସମ୍ଭବ ଲଢେଇ ଲଢି ସାରିଛୁ । ଏହା ମଧ୍ୟରେ କେହି ଆମକୁ ଭଲ ବାଟ ଦେଖାଇବାକୁ ଚେଷ୍ଟା କରିଥିବାବେଳେ ଆଉ କେହି ଆମକୁ ବାଟବଣା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏବେ ସେ ସମୟ ସରିଯାଇଛି । ଦେଶବାସୀ ନିଜ ମନ୍ତବ୍ୟ ଦେଇସାରିଛନ୍ତି । ଏବେ ନିର୍ବାଚିତ ସମସ୍ତ ସାଂସଦଙ୍କ ଦାୟୀତ୍ୱ ହେଉଛି ଯେ, ଏହି ୫ ବର୍ଷରେ ଦଳ ପାଇଁ ନୁହେଁ ଦେଶ ପାଇଁ ଲଢିବାକୁ ପଡିବ, ଦଳ ମତ ସର୍ବଶେଷରେ ଦେଶ ପାଇଁ ଏକଜୁଟ୍ ହୋଇ ଲଢିବାକୁ ପଡିବ । ବିଭିନ୍ନ ଦଳରେ ଯାହାବି ମତଭେଦ ଥାଉନା କାହିଁକି ସେସବୁରୁ ଉଦ୍ଧ୍ୱର୍କୁ ଯାଇ କେବଳ ଆଉ କେବଳ ଦେଶର ସ୍ୱାର୍ଥ ପାଇଁ ଲଢିବା’ ।

'୨୦ ୨୯ ଆଗାମୀ ନିର୍ବାଚନ ... କିନ୍ତୁ ସେ ପର୍ଯ୍ୟନ୍ତ କେବଳ ଦେଶ , ଦେଶର ଗରିବ, ଦେଶର କୃଷକ, ମହିଳା, ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବାକୁ ଜନ ଆନ୍ଦୋଳନ ସୃୃଷ୍ଟି କରିବା, ୨୦୪୭ର ସ୍ୱପ୍ନକୁ ପୂରଣ କରିବାକୁ ନିଜର ସବୁ ବୁଦ୍ଧି , ଶକ୍ତି ଲଗାଇବା । ଏହା ଭିତରେ ଏପରି ଦେଖାଯାଇଛି ଯେ, କିଛି ସାଂସଙ୍କୁ ନିଜ କ୍ଷେତ୍ରର କଥା କହିବାକୁ ସୁଯୋଗ ମିଳିନାହିଁ । କିନ୍ତୁ ଏବେ ଆଉ ସେ ସମୟ ନାହିଁ । ୨୦୨୪ ନିର୍ବାଚନରେ ନବ ନିର୍ବାୟଚିତ ସାଂସଦଙ୍କୁ ଯଥେଷ୍ଟ ସୁଯୋଗ ଦେବାକୁ ଚେଷ୍ଟା କରାଯିବ' ।

'୧୪୦ କୋଟି ଜନତା ବହୁମତରେ ଏ ସରକାରକୁ ବାଛି ଦେଶସେବା କରିବାକୁ ହୁକୁମ ଦେଇଛନ୍ତି । ଦେଶବାସୀ ଆମକୁ ଏଠାକୁ ଦଳ ପାଇଁ ନୁହେଁ ଦେଶପାଇଁ ପଠାଇଛନ୍ତି । ଏ ସଂସଦ ଦଳ ପାଇଁ ନୁହେଁ ୧୪୦ କୋଟି ଜନତାଙ୍କ ପାଇଁ । ମୋର ବିଶ୍ୱାସ ଆମର ସମସ୍ତ ସାଂସଦ ନିଜ ନିଜ ପ୍ରସ୍ତୁତି ସହ ଦେଶବାସୀଙ୍କ ଆଶାକୁ ପୂରଣ କରିବାକୁ ଚେଷ୍ଟା କରିବେ’