ଓମିକ୍ରନ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଭୟଭୀତ ନହୋଇ ସାବଧାନ ଏବଂ ସତର୍କ ରହିବାକୁ ଦେଲେ ପରାମର୍ଶ ।

ଓମିକ୍ରନ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଭୟଭୀତ ନହୋଇ ସାବଧାନ ଏବଂ ସତର୍କ ରହିବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଓମିକ୍ରନକୁ ନେଇ ଆତଙ୍କିତ ନହେବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ସଚେତନ ରହିବାର ସମୟ । ଭୟଭୀତ ହୁଅନ୍ତୁ ନାହିଁ । ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ । ମାସ୍କ ପିନ୍ଧିବା ଏବଂ ହାତ ଧୋଇବାକୁ ନଭୁଲିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ମନେ ରଖିବାକୁ ହେବ କରୋନା ଏଯାଏଁ ଯାଇନି । ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ । ଏଯାଏଁ ୧୪୧ କୋଟି ଡୋଜ୍ ଟୀକା ଦିଆଯାଇସାରିଲାଣି । ଦେଶରେ ଖୁବଶୀଘ୍ର ନାଜାଲ ଭ୍ୟାକସିନ୍ ଏବଂ ଡିଏନଏ ଭ୍ୟାକସିନେସନ୍ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶର କରୋନା ବିରୋଧୀ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ । ସେହିପରି ସ୍ବାସ୍ଥ୍ୟ ସେବା କର୍ମୀଙ୍କ ପାଇଁ ଜାନୁଆରି ୧୦ରୁ ୩ୟ ଡୋଜ ବା ପ୍ରିକସନ ଡୋଜ୍ ଆରମ୍ଭ ହେବ । ବୟସ୍କ ଓ ଅନ୍ୟରୋଗ ଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶରେ ୩ୟ ଡୋଜ ନେଇପାରିବେ । ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ମୋଦୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଓମିକ୍ରନକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି । ତେବେ ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ଦେଶର ବୈଜ୍ଞାନିକମାନେ ଏହା ଉପରେ ନଜର ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe