ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ଏକାଠି ହେଲେ ଛାତ୍ରଛାତ୍ରୀ : ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ଏକାଠି ହେଲେ ଛାତ୍ରଛାତ୍ରୀ : ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ଏକାଠି ହେଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଏକାଠି ହୋଇଛନ୍ତି ଏକାଧିକ କଲେଜର ଛାତ୍ରଛାତ୍ରୀ । କିଛି ଦିନ ପୂର୍ବରୁ ମଧ୍ୟ ସମାନ ଦାବି କରି ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ କରିଥିଲେ । କରୋନା ଯୋଗୁଁ ଯେମିତି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି ଠିକ୍ ସେହିପରି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ । ଆଜି ସେହି ସମାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe