ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ: ପାସ୍ ହାର ୭୦ ଦଶମିକ ୨୧ ପ୍ରତିଶତ; ଫାଷ୍ଟ ଡିଭିଜନରେ ୫ ହଜାରରୁ ଅଧିକ ପିଲା ପାସ୍

୧୩୭ ଜଣ ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ ନଂବର

500

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ପାସ୍ ହାର ୭୦ ଦଶମିକ ୨୧ ପ୍ରତିଶତ ରହିଛି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମ୍ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟରେ ଝିଅଙ୍କୁ ପଛରେ ପକାଇଛନ୍ତି ପୁଅ । ପୁଅ ୩୯ ପ୍ରତିଶତ ଏବଂ ଝିଅ ୩୧ ପ୍ରତିଶତ ପାସ୍ କରିଛନ୍ତି । ନୟାଗଡ ଜିଲ୍ଲା ପାସ୍ ହାରରେ ଆଗୁଆ ରହିଛି । ନୟାଗଡ ଜିଲ୍ଲାର ପାସ୍ ହାର ରହିଛି ୮୬ ଦଶମିକ ୫୧ ପ୍ରତିଶତ । ଝାରସୁଗୁଡା ଜିଲ୍ଲାରେ ସର୍ବନିମ୍ନ ରେଜଲ୍ଟ ହୋଇଛି ।

ଚଳିତ ବର୍ଷ ୯୦ ପ୍ରତିଶତରୁ ଅଧିକ ନଂବର ରଖିଛନ୍ତି ୧୩୭ ଜଣ । ୫ ହଜାରରୁ ଅଧିକ ପିଲା ଫାଷ୍ଟ ଡିଭିଜନରେ ପାସ୍ କରିଛନ୍ତି । ପରୀକ୍ଷାର୍ଥୀମାନେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓରିଶା ରେଜଲ୍ଟସ୍ ଡଟ୍ ଇ୍ନ କିମ୍ବା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓରିଶା ରେଜଲ୍ଟସ୍ ଡଟ୍ ଏନ୍ଆଇସି ଡଟ୍ ଇନ୍ ଜରିଆରେ ସେମାନଙ୍କର ରେଜଲ୍ଟ ବିଜୟରେ ଜାଣି ପାରିବେ । ଏହା ବ୍ୟତିତ ଟେଲିଫୋନ୍ ନମ୍ବର ୦୬୭୪-୨୩୦୦୯୧୪ କିମ୍ବା ୦୬୭୪-୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ ।

ସାମ୍ସର ଇ ସ୍ପେସ୍ ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରକ୍ଷା ଦେଇଛନ୍ତି । ଏହା ମଧ୍ୟରୁ ୩୮ ହଜାର ୩୦୧ ଜଣ ପୁଅ ଏବଂ ୩୦ ହଜାର ୩୭ ଜଣ ଝିଅ ପାସ୍ କରିଛନ୍ତି ।