ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ।

2,104

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଜୁଲାଇ ୩୧ ତାରିଖ ଦିନ ସନ୍ଧ୍ୟା ସମୟରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ କଳା ବିଭାଗର ରେଜଲ୍ଟ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ କରୋନା ହେତୁ ପିଲାଙ୍କ ପରୀକ୍ଷା ଠିକ୍ ଭାବେ ହୋଇପାରିନି । ତେଣୁ ବୋର୍ଡ ବିକଳ୍ପ ଆଧାରରେ ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି । ମାଟ୍ରିକ ପରୀକ୍ଷାକୁ ଆଧାର କରି ଚଳିତ ବର୍ଷ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଆଉ ଏବେ ବୋର୍ଡ ପକ୍ଷରୁ ଜୁଲାଇ ୩୧ ତାରିଖରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଘୋଷଣା କରାଯାଇଛି ।