କନକ ବ୍ୟୁରୋ: ୨୦୨୪ - ୨୫ ଶିକ୍ଷା ବର୍ଷ ପାଇଁ ଆଜି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି।
ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ କଟ୍ ଅଫ୍ ତାଲିକାରେ ରହିଛି। ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ। କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଧନ୍ଦାମୂଳକ ୪ ହଜାର ୯୭୮ ଜଣ ନାମଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧ ରୁ ଆରମ୍ଭ ହେବ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/22-15.jpg)