ଆଜିଠାରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ: ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଖାତାର ହେବ ଇ-ମୂଲ୍ୟାୟନ; ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ କରାଯିବ ମୂଲ୍ୟାୟନ

269

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ । ୨୭ ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା । ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତି ପର୍ଯ୍ୟାୟରେ ଅର୍ଥାତ୍ ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ । ସେପଟେ ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ । ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସେପଟେ, ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ । ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତାଲାବନ୍ଦ କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ସରକାର । ତେବେ ଆଜିଠାରୁ ତାଲାବନ୍ଦ କଟକଣା କୋହଳ ହେଉଥିବାବେଳେ ଅନଲକ୍ ପ୍ରଥମ ପର୍ଯ୍ୟାୟ ଲାଗୁ ହେବାକୁ ଯାଉଛି । ଆଉ କେନ୍ଦ୍ରୀୟ ମାର୍ଗଦର୍ଶିକ ଅନୁସାରେ ଜୁଲାଇ ମାସରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି ରାଜ୍ୟ ସରକାର ନେଇପାରିବେ । ଆଉ ଏସବୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍ଥିତିର ଅନୁଧ୍ୟାନ ପରେ ନିଷ୍ପତି ନିଆଯିବ । ସେପଟେ ଆଜିଠାରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଖାତାର ଇ-ମୂଲ୍ୟାୟନ ହେବ ।