ଜୁନ ୧ରୁ ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା: ଦୁଇଟି ସିଟିଂରେ ହେବ ମୂଲ୍ୟାୟନ, ପ୍ରଥମେ ବିଜ୍ଞାନ ଖାତା

Advertisment
ଜୁନ ୧ରୁ ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା: ଦୁଇଟି ସିଟିଂରେ ହେବ ମୂଲ୍ୟାୟନ, ପ୍ରଥମେ ବିଜ୍ଞାନ ଖାତା

କନକ ବ୍ୟୁରୋ: ଜୁନ ୧ ତାରିଖରୁ ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା । ଏହା ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତି ପର୍ଯ୍ୟାୟ ଅଫଲାଇନରେ ଖାତା ମୁଲ୍ୟାୟନ ହେବ । ଖାତା ମୁଲ୍ୟାୟନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଜୁନ୍‌ ପହିଲାରୁ ଯୁକ୍ତ୨ ଖାତା ମୂଲ୍ୟାୟନ ହେବ। ଏଥର ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ ଓ ଦ୍ବିତୀୟ ପର୍ଯ୍ୟାୟରେ ଅଫ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୬ଟି ମୂଲ୍ୟାୟନ କେନ୍ଦ୍ରରେ ୪ ହଜାରରୁ ଅଧିକ ଅଧ୍ୟାପକ ଅନ୍‌ଲାଇନ୍‌ରେ ଖାତା ଦେଖିବେ। ଦୁଇଟି ସିଫ୍ଟରେ ଏହି ମୂଲ୍ୟାୟନ ହେବ। ପ୍ରଥମ ସିଫ୍ଟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଓ ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ କରାଯିବ। ଜୁନ୍‌ ୧ରୁ ପ୍ରଥମେ ବିଜ୍ଞାନ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ହେବାକୁ ଥିବା ବେଳେ ପରବର୍ତୀ ସମୟରେ ବାଣିଜ୍ୟ ବିଭାଗର ସମସ୍ତ ବିଷୟର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବ। ଦ୍ବିତୀୟ ପର୍ଯ୍ୟାୟରେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଖାତା ମୂଲ୍ୟାୟନ କରାଯିବ ବୋଲି ସୂଚନା ମିଳିଛି।

ଚଳିତବର୍ଷ ୩୪ଟି ସରକାରୀ କଲେଜ ଓ ଦୁଇଟି ଘରୋଇ ଅନୁଷ୍ଠାନର ଭିତ୍ତିଭୂମିକୁ ବ୍ୟବହାର କରାଯାଇ ଅନ୍‌ଲାଇନ୍‌ ଖାତା ଦେଖା ହେବ। ବାଲେଶ୍ବର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏ ଘରୋଇ ଅନୁଷ୍ଠାନ ଭିତ୍ତିଭୂମିକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ବାଲେଶ୍ବର ଜିଲ୍ଲାର ଫକୀର ମୋହନ ସ୍ବୟଂଶାସିତ କଲେଜ ଓ ୟୁଏନ୍‌ କଲେଜରେ ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, କଟକ ଜିଲ୍ଲାର ଜେକେ‌ବିକେ କଲେଜ, ଶୈଳବାଳା ମହିଳା ମହାବିଦ୍ୟାଳୟ ଓ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟ, ଜଗତ୍‌ସିଂହପୁର ଜିଲ୍ଲାର ଏସ୍‌ଭିଏମ୍‌ କଲେଜ, ଯାଜପୁରର ଏନ୍‌ସି ସ୍ବୟଂଶାସିତ କଲେଜ ଓ ଭିଏନ୍‌ କଲେଜ, କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ, ଅନୁଗୁଳ ସରକାରୀ କଲେଜରେ ମୂଲ୍ୟାୟନ କେନ୍ଦ୍ର ହୋଇଛି।

ଏହାବ୍ୟତୀତ ଢେଙ୍କାନାଳ ସ୍ବୟଂଶାସିତ କଲେଜ, ବ୍ରହ୍ମପୁରସ୍ଥିତ ଏସ୍‌ବିଆର ସରକାରୀ ମହିଳା କଲେଜ, ବ୍ରହ୍ମପୁର ସିଟି କଲେଜ, ଭବାନୀପାଟଣା ସ୍ବୟଂଶାସିତ କଲେଜ, ନୂଆପଡ଼ାସ୍ଥିତ ଖଡ଼ିଆଳ କଲେଜ, କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ କଲେଜ, ଜୟପୁରସ୍ଥିତ ବିକ୍ରମଦେବ କଲେଜ, ରାୟଗଡ଼ା କଲେଜ, ମୟୂରଭଞ୍ଜର ଏମ୍‌ପିସି କଲେଜ, ଫୁଲବାଣୀ ସରକାରୀ କଲେଜ, ଭୁବନେଶ୍ବରର ବିଜେବି ଜୁନିୟର କଲେଜ, ମହର୍ଷି କଲେଜ, ରାଜଧାନୀ କଲେଜ, ଖୋର୍ଧା ପ୍ରାଣନାଥ ସ୍ବୟଂଶାସିତ କଲେଜ, ନୟାଗଡ଼ ସ୍ବୟଂଶାସିତ କଲେଜ, ପୁରୀ ଏସ୍‌ସିଏସ୍‌ କଲେଜ, ବରଗଡ଼ର ପଞ୍ଚାୟତ କଲେଜ, ଝାରସୁଗୁଡ଼ାର ଏଲ୍‌ଏନ୍‌ କଲେଜ, ସମ୍ବଲପୁରର କୁଚିଣ୍ଡା କଲେଜ, ସରକାରୀ ମହିଳା କଲେଜ, ରାଉରକେଲା ସରକାରୀ କଲେଜ ଓ ସୁନ୍ଦରଗଡ଼ ସରକାରୀ କଲେଜରେ ମୂଲ୍ୟ‌ାୟନ କେନ୍ଦ୍ର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe