ଆଜିଠାରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା ! ଖାତା ଦେଖିବା ପାଇଁ ନିୟୋଜିତ ହେବେ ୧୬ ହଜାର ଶିକ୍ଷକ ।

ଆଜିଠାରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା ! ଖାତା ଦେଖିବା ପାଇଁ ନିୟୋଜିତ ହେବେ ୧୬ ହଜାର ଶିକ୍ଷକ ।

ସୋମବାରଠାରୁ ଯୁକ୍ତ ୨ ଖାତା ଦେଖା। ଦୁଇଟି ପର୍ୟ୍ୟାୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍ ମୂଲ୍ୟାୟନ ହେବ। ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ୟ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ଦୁଇଟି ପର୍ୟ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ। ଇତି ମଧ୍ୟରେ ଉତ୍ତର ଖାତାଗୁଡ଼ିକର ସ୍କାନିଂ ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏଥର ୫୮ଟି ମାନୁଆଲ୍ ଓ ୩୬ ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ଜୁନ୍ ପ୍ରଥମ ସପ୍ତାହ ଭିତରେ ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

publive-image

ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ। ପ୍ରତିଦିନ ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମୂଲ୍ୟାୟନ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜୋନର ଅଧିକାରୀମାନେ ସମୟ ନିର୍ଦ୍ଧାରଣ କରିବେ। ମୂଲ୍ୟାୟନ କେନ୍ଦ୍ରର ସୁପରିନ୍ଟେଣ୍ଡେଣ୍ଟମାନେ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ପୁଲିସ ମୁତୟନ ଲାଗି ନିକଟସ୍ଥ ଥାନାର ସହାୟତା ନେବେ। ଖାତା ମୂଲ୍ୟାୟନ ସମୟରେ ନିର୍ବାଚନ ପଡ଼ୁଥିବାରୁ ଯେଉଁ ଜିଲ୍ଲା ତଥା ଅଞ୍ଚଳରେ ଯେଉଁଦିନ ନିର୍ବାଚନ ହେବ ସେଠାରେ ୪ ଦିନ ପାଇଁ ଖାତା ମୂଲ୍ୟାୟନ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe