ଆଜି ଆସିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳାଫଳ, ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ରେଜଲ୍ଟ । 

ଆଜି ଆସିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳାଫଳ, ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ରେଜଲ୍ଟ । 

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ  ଏହି ରେଜଲ୍ଟ ବାହାରିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ବୁକଲେଟ ଜାରି ହେବା ପରେ ୱେବସାଇଟରେ ଏହି ରେଜଲ୍ଟ ବାହାରିବ । ପରୀକ୍ଷାର୍ଥୀ www.orissaresults.nic.inରେ ନିଜ ରେଜଲ୍ଟ ଜାଣିପାରିବେ । ଏ ବର୍ଷ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୧୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାର୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଧନ୍ଦାମୂଳକ ଶିକ୍ଷାରେ ବି ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏହାପୂର୍ବରୁ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe