ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ +୨ ରେଜଲ୍ଟ । ଦଶମ ଶ୍ରେଣୀ ପରୀକ୍ଷାକୁ ଆଧାର କରି ଦିଆଯିବ ମାର୍କ ।

1,461

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଆସିବ ଯୁକ୍ତ ଦୁଇ ରେଜଲ୍ଟ । ତେବେ ଗୁରତ୍ୱପୂର୍ଣ୍ଣ କଥା ହେଉଛି, ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଆଧାର କରି ମାର୍କ ପ୍ରଦାନ କରାଯିବ ଏବଂ ଫଳାଫଳରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀମାନେ ଆଉଥରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । ଯେଉଁମାନେ ପରୀକ୍ଷା ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ସେମାନେ କରୋନା ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ସୂଚନା ଦିଆଯାଇଛି ।

ଚଳିତ ବର୍ଷ କରୋନା କାରଣରୁ ରାଜ୍ୟ ସରକାର ପରୀକ୍ଷାକୁ ବାତିଲ କରିଥିଲେ । ଏହାପରେ ରେଜଲ୍ଟ କେଉଁଭଳି ଭାବେ ପ୍ରକାଶ ପାଇବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇ କେଉଁ ଆଧାରରେ ମାର୍କ ପ୍ରଦାନ କରାଯିବ ସେନେଇ ରିପୋର୍ଟ ଦେବାକୁ କୁହାଯାଇଥିଲା । ଏବେ ଏହି କମିଟି ରିପୋର୍ଟ ପ୍ରଦାନ କରିବା ସହିତ ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।