ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ: ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସୂଚନା: କହିଲେ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ଖାତା ଦେଖା

437

କନକ ବ୍ୟୁରୋ: ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ  ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି, କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ଦେଖା ବିଳମ୍ବିତ ହୋଇଛି । ସେଥପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି । ହେଲେ ବର୍ତମାନ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଁଚିଛି ।

ତେଣୁ ଆଶା କରାଯାଉଛି ରେଜଲ୍ଟ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ସିବିଏସଇ ଓ ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । କାରଣ ରେଜଲ୍ଟ ବାହାରିବାରେ ବିଳମ୍ବ ହେବାରୁ ସେମାନଙ୍କ ଭବିଷ୍ୟତ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ରହିଛି ।