ପରୀକ୍ଷା ଚାଲିଥିବା ବେଳେ ଅଘଟଣ : ଅସୁସ୍ଥ ହୋଇ ଟଳିପଡ଼ିଲେ ଯୁକ୍ତ ଦୁଇ ଛାତ୍ର; ମୃତ ଘୋଷଣା କଲେ ଡାକ୍ତର

ପରୀକ୍ଷା ଚାଲିଥିବା ବେଳେ ଅଘଟଣ : ଅସୁସ୍ଥ ହୋଇ ଟଳିପଡ଼ିଲେ ଯୁକ୍ତ ଦୁଇ ଛାତ୍ର; ମୃତ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ପରୀକ୍ଷା ଦେବାବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟରେ । ଆଜି ଯୁକ୍ତ ଦୁଇର ଓଡିଆ ବିଷୟର ପରୀକ୍ଷା ଚାଲିଥିବାବେଳେ ହଠାତ୍ ପରୀକ୍ଷା କେନ୍ଦ୍ର ଭିତରେ ହଠାତ୍ ଟଲି ପଡିଥିଲେ ଏମଡି ଅରବାଜ ନାମକ ଛାତ୍ର ।

ତୁରନ୍ତ ମହାବିଦ୍ୟାଳୟ କର୍ତୃପକ୍ଷ ଅରବାଜଙ୍କୁ ନିକଟସ୍ଥ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଛି ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ପୁଅର ମୃତ୍ୟୁ ଖବର ପାଇଁ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ମୃତ ଛାତ୍ର ଏମଡି ଅରବାଜ ହେଉଛନ୍ତି ଲହୁଣିପଡା ଥାନା ଅନ୍ତର୍ଗତ ଜୁନିଆଣି ଗ୍ରାମର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe