ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ : କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା ଆଗରେ

131

କନକ ବ୍ୟୁରୋ : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଖାଲି ଥିବା ସିଟ୍‌ରେ ନାମଲେଖା ଲାଗି ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ ମାର୍କ ପ୍ରକାଶ ପାଇଛି । ନାମଲେଖା ଲାଗି ୩୫ ହଜାର ୫୯୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛ। କଳା ବିଭାଗରେ ସର୍ବାଧିକ ୨୮ ହଜାର ୧୮୧, ବିଜ୍ଞାନରେ ୪ ହଜାର ୬୦୬, ବାଣିଜ୍ୟରେ ୨ ହଜାର, ସଂସ୍କୃତରେ ୩୬୯ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୩୭୧ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ୧୭ ହଜାର ୮୦୬ ଜଣ ଛାତ୍ର, ୧୭ ହଜାର ୭୮୩ ଛାତ୍ରୀ, ଅନ୍ୟାନ୍ୟ ବର୍ଗର ୨ ଜଣ ରହିଛନ୍ତି। ଏପର୍ଯ୍ୟନ୍ତ ୧୯ ହଜାର ୪୭୬ ଜଣ ଛାତ୍ରଛାତ୍ରୀ ଆଦୌ ଚୟନ ହୋଇ ନାହାନ୍ତି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତାକାଲି ଠାରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।