ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ସୋମବାର ଦିନ ୧୨ ଟାରେ ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷା ଫଳ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ଓଡିଶାରେଜଲ୍ଟ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ସିଏଚଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ଦିନ ୧୨ ଟାରୁ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷା ଫଳ ପାଇପାରିବେ । ଚଳିତବର୍ଷ ୯୯ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ଖାତା ଦେଖାରେ ବିଳମ୍ବ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିବାକୁ ସ୍ଥିର ହୋଇଥିବା ବେଳେ ଜୁନ ଦ୍ୱିତୀୟ ସପ୍ତାହରେ କଳା ଓ ବାଣିଜ୍ୟ ରେଜଲ୍ଟ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ! ଦିନ ୧୨ ଟାରୁ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ , ଜୁନ୍ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ କଳା ଓ ବାଣିଜ୍ୟ ଫଳ
/kanak/media/post_attachments/wp-content/uploads/2019/06/RESULT_00076.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)