କନକ ବ୍ୟୁରୋ : ଫେବ୍ରୁଆରି ୧୬ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୨୦ଯାଏଁ ଚାଲିବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ।

Advertisment

ପ୍ରଥମେ ୧୬ତାରିଖ ଦିନ ବଜ୍ଞାନ ପରୀକ୍ଷା ରହିଛି । ପରଦିନ ଅର୍ଥାତ୍ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ହେବ । ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା । ଆଉ କିଛି ସମୟ ପରେ ସିଏଚଏସଇ ପକ୍ଷରୁ ସାମ୍ବାଦିକ ସମ୍ମିଳନି ହୋଇପାରେ ।

ତେବେ ମିଳିଥିବା ସୂଚନା ଆଧାରରେ ଚଳିତ ବର୍ଷ ବିଜ୍ଞାନରେ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ସହ କଳାରେ ପ୍ରାୟ ୪ଲକ୍ଷ ଓ ବାଣିଜ୍ୟରେ ପ୍ରାୟ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ସୂଚନା ରହିଛି ।