ଆଜିଠାରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ : ବର୍ଜନ କରିପାରନ୍ତି ଅଧ୍ୟାପକ, ମାର୍ଚ୍ଚ ୩୧ ରେ ଦେଇଥିବା ପ୍ରତିଶ୍ରୁତି ରଖିଲେନି ସରକାର

31

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏକାଥରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡିକର ଖାତା ଇ-ମୂଲ୍ୟାୟନ ହେବ ଏବଂ କଳା ବିଭାଗର ଖାତା ଗୁଡିକ ମାନୁଆଲ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୧୬ରୁ ୨୬ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବ ।

ଅନ୍ୟପଟେ ୪୮୮ ଓ ୬୬୨ ବର୍ଗ କଲେଜର ଅଧାପକମାନେ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ କୁହାଯାଇଛି । ଅଖିଳ ଓଡିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସଂଘ ମଧ୍ୟ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଗତ ମାର୍ଚ୍ଚ ୩୧ ତାରିଖରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିନଥିବା କହିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ । ଶିକ୍ଷକମାନଙ୍କ ଦାବି ପୂରଣ ନେଇ ସରକାର ସୋମବାର ବିଜ୍ଞପ୍ତି ପ୍ରକାଶ କରିବା କଥା । ହେଲେ ଶିକ୍ଷା ବିଭାଗ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ ବୋଲି ଅଭିଯୋଗ କରିଛି ସଂଘ ।