ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଏବଂ ଫ୍ଲାଟ ଆବଂଟନ ପ୍ରସଙ୍ଗ : ଆସନ୍ତା ୧୬ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

22

ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ଏବଂ ଫ୍ଲାଟ ଆବଂଟନ ପ୍ରସଙ୍ଗ  । ଆସନ୍ତା ୧୬ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପ୍ଲଟ ଏବଂ ଫ୍ଲାଟ ଆବଂଟନରେ ହୋଇଥିବା ଅନିୟମିତତା ଏବଂ ଟାସ୍କଫୋର୍ସ ସୁପାରିଶ ଆଧାରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସର୍ମ୍ପକରେ ବୈଠକରେ ସମୀକ୍ଷା କରାଯିବ । ଟାସ୍କଫୋର୍ସ ଯେଉଁ ସୁପାରିଶ କରିଛନ୍ତି ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସର୍ମ୍ପକରେ ଆଲୋଚନା କରାଯିବ । ବୈଠକରେ ଭିଜିଲାନ୍ସ ମହାନିର୍ଦେଶକ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ସାମିଲ ରହିବେ । ଏହାଛଡା ବିଡିଏ ଏବଂ ସିଡିଏର ଉପାଧ୍ୟକ୍ଷ ଏବଂ ହାଉସିଂବୋର୍ଡର ସଚିବ ମଧ୍ୟ ଉପସ୍ଥିତ ରହିବେ ।