କନକ ବ୍ୟୁରୋ: ପେନସନ ବିନା ଜୀବନ! ପେନସନ୍ ନପାଇ ଦୟନୀୟ ସ୍ଥିତିରେ ରହୁଛନ୍ତି ବରିଷ୍ଠ ନାଗରିକ । ଅନ୍ୟ ଉପରେ ନିର୍ଭର କରୁଛନ୍ତି ପ୍ରାୟ ୭୦ ପ୍ରତିଶତ ବୟସ୍କ ବ୍ୟକ୍ତି । ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟ କହୁଛି, ୭୮ ପ୍ରତିଶତ ପାଉନାହାନ୍ତି ପେନସନ୍ । ସେହିଭଳି ମାତ୍ର ୧୮ ପ୍ରତିଶତ ଲୋକଙ୍କର ଅଛି ସ୍ୱାସ୍ଥ୍ର୍ୟବୀମା । ବର୍ତମାନର ସ୍ଥିତିକୁ ଦେଖି ବାଧ୍ୟତାମୂଳକ ସଂଚୟ ଯୋଜନା ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି ନୀତି ଆୟୋଗ । ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନରେ ସାମିଲ କରିବାକୁ ସୁପାରିସ କରାଯାଇଛି ।

ଭାରତରେ ବରିଷ୍ଠ ନାଗରିକଙ୍କ ସ୍ଥିତି ନେଇ ନୀତି ଆୟୋଗ ଯେଉଁ ରିପୋର୍ଟ ଦେଇଛି, ତାହା ଚିନ୍ତା ବଢ଼ାଇ ଦେଇଛି । ‘ସିନିୟର କେୟାର ରିଫର୍ମସ୍ ଇନ୍ ଇଣ୍ଡିଆ-ରିଇମାଜିନିଂ ଦ ସିନିୟର କେୟାର ପେରାଡିଜିମ୍’ ନାଁରେ ପ୍ରକାଶ ପାଇଥିବା ନୀତି ଆୟୋଗରେ ଏହି ରିପୋର୍ଟରେ କୁହାଯାଇଛି,
ନୀତି ଆୟୋଗ ରିପୋର୍ଟ
୭୮ ପ୍ରତିଶତ ବରିଷ୍ଠ ନାଗରିକ ପାଉନାହାନ୍ତି ପେନସନ୍
୬୦ ବର୍ଷରୁ ଅଧିକ ମାତ୍ର ୧୮ ପ୍ରତିଶତ ଲୋକଙ୍କ ପାଖରେ ରହିଛି ସ୍ୱାସ୍ଥ୍ର୍ୟବୀମା
ମାସିକ ଖର୍ଚ୍ଚର ୧୩ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ବ୍ୟୟ
ଅବସର ପରେ ଖରାପ ହେଉଛି ଆର୍ଥିକ ସ୍ଥିତି
ଦୈନିକ ଖର୍ଚ୍ଚ ତୁଲାଇବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ୭୦ ପ୍ରତିଶତ ବୟସ୍କ
ବିଭିନ୍ନ ସରକାରୀ ସେବା ପାଇଁ ୨୪ ପ୍ରତିଶତଙ୍କ ପାଖରେ ନାହିଁ ଆବଶ୍ୟକ କାଗଜପତ୍ର
୨୮ ପ୍ରତିଶତ ବ୍ୟକ୍ତି ଜାଣିନାହାନ୍ତି ସେମାନଙ୍କ ପାଇଁ କ’ଣ ରହିଛି ସୁବିଧା ସୁଯୋଗ

ସବୁଠୁ ବଡ଼ କଥା ହେଉଛି, ଯେଉଁ ବୟସରେ ସ୍ୱାସ୍ଥ୍ୟସେବା ଅଧିକ ଆବଶ୍ୟକ, ୮୦ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କ ପାଖରେ ସ୍ୱାସ୍ଥ୍ରବୀମା ସୁବିଧା ନାହିଁ । ବରିଷ୍ଠ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ଉପାଦେୟ ସୁପାରିସ କରିଛି ନୀତି ଆୟୋଗ ।

‘ନୀତି ଆୟୋଗ’ର ସୁପାରସ
ଖର୍ଚ୍ଚଭରଣା କରିପାରୁଥିଲେ ବାଧ୍ୟତାମୂଳକ ସଂଚୟ ଯୋଜନା ଉପରେ ଜୋର
ସଂଚୟ ଆୟ ଉପରେ ନିର୍ଭର କରୁଥିବାରୁ ସୁଧ ହାରରେ ସର୍ବନିମ୍ନ ସୀମା ଧାର୍ଯ୍ୟ
ରିଭର୍ସ ମଡ୍ଗେଜ୍ ନିୟମରେ ଜରୁରୀ ପରିବର୍ତ୍ତନ
ବରିଷ୍ଠ ନାଗରିକଙ୍କ ସହ ଜଡ଼ିତ ପ୍ରହକ୍ଟ ଉପରେ ଜିଏସଟି ହ୍ରାସ
ସିନିୟର କେୟାର ହୋମ୍ସ ପାଇଁ ପ୍ରୋତ୍ସାହନ
ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ପେନ୍ସନ୍ ରାଶି ବୃଦ୍ଧି
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସମସ୍ତ ବୃଦ୍ଧ ଜନସଂଖ୍ୟାକୁ ସାମିଲ
ଅଣ-ମେଡିକାଲ ଉତ୍ପାଦ ପର୍ଯ୍ୟନ୍ତ ବଢ଼ାଇବା ଜରୁରୀ
ହାରାହାରି ଆୟୁ ବୃଦ୍ଧି ପାଉଥିବାରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୨୦୫୦ ସୁଦ୍ଧା ଦେଶରେ ପାଖାପାଖି ୨୦ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି ।