ଡିସେମ୍ବର ୨ରୁ ୮ ମାଓବାଦୀ ପାଳିବେ ପିଏଲଜିଏ ସପ୍ତାହ । ପିଏଲଜିଏ ଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ମାଓବାଦୀ

Advertisment
ଉଦାହରଣ ପାଲଟିଲେ ପୂର୍ବତନ ୩୦ ଜଣ ମହିଳା ମାଓବାଦୀ ! ଆତ୍ମ ସମର୍ପଣ କରିଥିଲେ, ସ୍ୱତନ୍ତ୍ର ମହିଳା କମାଣ୍ଡୋ ଭାବେ ନିଯୁକ୍ତି ଦେଲା ପୁଲିସ ।

କନକ ବ୍ୟୁରୋ : ଡିସେମ୍ବର ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀ ଆହ୍ବାନ ଦେଇଛନ୍ତି। ସପ୍ତାହେ ବ୍ୟାପୀ ଚାଲିବାକୁଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗ୍ରାମରେ ଲୋକେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଲି ଏବଂ ସଭାର ଆୟୋଜନ କରିବେ। ପିଏଲଜିଏ ଯୁଦ୍ଧରେ ଯେଉଁ ମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କୁ ପୁଣି ଥରେ ମନେ ପକାଇ ସେମାନଙ୍କୁ ଅନୁକରଣ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ସଂଗଠନରେ ଯୁବକ ଯୁବତୀଙ୍କୁ ସାମିଲ କରିବା ପାଇଁ ମାଓବାଦୀ ଏହି ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ। ଦୁର୍ଗମ ଅଂଚଳରେ ସହିଦ ସ୍ତମ୍ଭ ନିର୍ମାଣ କରି ସହିଦଙ୍କ ଉଦ୍ଦେଶ୍ୟରେ ନାଚଗୀତର ଆୟୋଜନ କରିବେ।

publive-imageଶତ୍ରୁକୁ କିପରି ହରାଇ ସେମାନେ ଗତ ୧୮ ବର୍ଷ ଧରି ପିଏଲଜିଏକୁ ପାଳନ କରିଆସୁଛନ୍ତି ସେନେଇ ଗଣନାଟ୍ୟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଚାରୁ ମୁଜୁମଦାର ଏବଂ କହ୍ନେଇ ଚାଟାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କୁହାଯାଇଛି। ତେବେ ମାଓବାଦୀଙ୍କ ସହିଦ ଦିବସ ପାଳନ ହେବା ସମୟରେ ଅନେକ ସମୟରେ ହିସାଂକାଣ୍ଡ ହେବାରେ ଦେଖାଯାଇଛି । ତେଣୁ ମାଓବାଦୀଙ୍କର ପିଏଲଜିଏ ସପ୍ତାହ ଅବସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି । ଖାସକରି ମାଓଇଲାକାରେ ଯବାନମାନଙ୍କୁ ଆଲର୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe