କନକ ବ୍ୟୁରୋ : ପୁଲିସ ରିମାଣ୍ଡରେ ବିଏସଏଫର ପୂର୍ବତନ କର୍ମଚାରୀଙ୍କ ସମେତ ୪ପିଏଲଏଫଆଇ ସଦସ୍ୟ । ବିଏସଏଫର ପୂର୍ବତନ କର୍ମଚାରୀ ଯଦୁମଣି ପାତ୍ର, ଆରଏସପିର ପୂର୍ବତନ କର୍ମଚାରୀ ମନୁ କୁଦୁର ସହ ୨ ଜଣ ଏରିଆ କମାଣ୍ଡରଙ୍କୁ ଦୁଇ ଦିନ ଧରି ଜେରା କରିବ ବିରମିତ୍ରପୁର ପୁଲିସ । ଗତ ଦୁଇଦିନ ମଧ୍ୟରେ ୧୩ଜଣ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିଥିଲା ସୁନ୍ଦରଗଡ ପୁଲିସ ।
ଦୁଇଟି ପର୍ଯ୍ୟାୟରେ ଏମାନଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ପରେ ଆଉ ୬ ଜଣ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରଯାଇଥିଲା । ଏମାନଙ୍କ ମଧ୍ୟରେ ଜଣେ ବିଏସଏଫର ପୂର୍ବତନ କର୍ମଚାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ ଆରଏସପିର ପୂର୍ବତନ କର୍ମଚାରୀ ଥିଲେ । ବିଏସଏଫର ପୂର୍ବତନ କର୍ମଚାରୀଙ୍କ ପରିଚୟ ପତ୍ରକୁ ଯାଂଚ ପାଇଁ ପଠାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-04-16h24m44s488.png)