ଅଟକି ଯାଇଥିବା ଅର୍ଥନୀତିକୁ ସଂଜୀବନୀ ଦେଲେ କେନ୍ଦ୍ର ସରକାର : ନଜର ପକାନ୍ତୁ ସରକାରଙ୍କ କରୋନା ପ୍ୟାକେଜ ଉପରେ

Advertisment
ଅଟକି ଯାଇଥିବା ଅର୍ଥନୀତିକୁ ସଂଜୀବନୀ ଦେଲେ କେନ୍ଦ୍ର ସରକାର : ନଜର ପକାନ୍ତୁ ସରକାରଙ୍କ କରୋନା ପ୍ୟାକେଜ ଉପରେ

କନକ ବ୍ୟୁରୋ : ୨୧ ଦିନିଆ ଲକ୍ ଡାଉନ୍ ଯୋଗୁଁ ସାରା ଦେଶ ଅଟକି ଯାଇଥିବା ବେଳେ ଅର୍ଥନୀତିକୁ ସଂଜୀବନୀ ଦେଇଛନ୍ତି କେନ୍ଦ୍ର ସରକାର । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ପ୍ୟାକେଜ ସବୁଠୁ ବଡ଼ ଲକ୍ଷ୍ୟ ହେଉଛି କାମ ଧନ୍ଦା ବନ୍ଦ କରି ଘରେ ବସିଥିବା ଗରିବଙ୍କୁ ଖାଦ୍ୟ ଯୋଗାଇବା ଏବଂ କରୋନା ବିରୋଧରେ ଲଢ଼େଇରେ ପ୍ରମୁଖ ଭୂମିକା ତୁଲାଉଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମାଭୁକ୍ତ କରିବା ।

ନଜର ପକାନ୍ତୁ ସରକାରଙ୍କ କରୋନା ପ୍ୟାକେଜ ଉପରେ...
ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା
ଏହି ସ୍ୱାସ୍ଥ୍ୟ ବୀମାରେ ୨୦ ଲକ୍ଷ ଚିକିତ୍ସା କର୍ମୀ ଉପକୃତ ହେବେ
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କୁ ଅତିରିକ୍ତ ୫ କେଜି ଚାଉଳ ଆଗାମୀ ୩ ମାସ ପାଇଁ ଦିଆଯିବ
ପ୍ରତ୍ୟେକ ହିତାଧିକାରୀଙ୍କୁ ଏକ କିଲୋ ଲେଖାଏଁ ଡାଲି ଦିଆଯିବ
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଲୋକ ଉପକୃତ ହେବେ

ସେହିପରି ଘରର ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ୨୦ କୋଟି ୫୦ ଲକ୍ଷ ମହିଳାଙ୍କ ଜନ ଧନ ଆକାଉଂଟକୁ ମାସିକ ୫୦୦ ଟଙ୍କା ଲେଖାଁଏ ୩ ମାସ ପାଇଁ ଦିଆଯିବ ,କରୋନା ପାଇଁ ଦେଶର ଅର୍ଥନୀତି ଖରାପ ସ୍ଥିତି ଆଡକୁ ମୁହାଁଉଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ବଡ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe