ରୋଗ ଶଯ୍ୟାରେ ଶୋଇ ଭବିଷ୍ୟତର ସ୍ୱପ୍ନ ଦେଖୁଛି କୁନି ଝିଅ ସୋନାଲୀ । ଥାଲେସେମିଆ ପାଇଁ ଜୀବନର ଦୌଡରେ ଥକି ପଡୁଛି । ସାହାଯ୍ୟ ମିଳିଲେ ନୂଆ ଜୀବନ ପାଇବ କଅଁଳ କଢି…

177

କନକ ବ୍ୟୁରୋ: ସେ ପାଠ ପଢିବ… ଡାକ୍ତର ହେବ ଆଉ ରୋଗୀଙ୍କ ସେବା କରିବ । ଏତେ କମ୍ ବୟସରୁ ଭବିଷ୍ୟତର ସୁନେଲୀ ସ୍ୱପ୍ନ ଦେଖୁଛି କୁନିଝିଅ । ଡାକ୍ତର ହେବାକୁ ପଣ କରିଛି ଗରିବ ଘରର ଝିଅ । କାରଣ ନିଜେ ରୋଗରେ ପଡି ସେ ଜାଣିଛି ରକ୍ତ ବିନା ରୋଗର ରାଗ କେତେ ଭୟଙ୍କର, ଯନ୍ତ୍ରଣା କେତେ କଷ୍ଟ ଦାୟକ । ତେଣୁ ତ ସେ ଡାକ୍ତରଟିଏ ହୋଇ ରୋଗୀଙ୍କ ସେବା କରିବାକୁ ସ୍ଥିର କରିଛି ୭ ବର୍ଷର କୁନିଝିଅ ସୋନାଲି ।

ହେଲେ ସୋନାଲିର ସବୁ ସ୍ୱପ୍ନକୁ ଧୂସର କରିଦେଉଛି ତା ଦେହର ରୋଗ । କାରଣ କୁନି ଝିଅ ଥାଲେସେମିଆ ରୋଗରେ ପୀଡିତ । ଜନ୍ମରୁ ୪ ମାସ ପରେ ସୋନାଲି ଥାଲେସେମିଆରେ ପୀଡିତ ଥିବାରୁ ୭ ବର୍ଷ ହେଲା ସେ ରକ୍ତ ପାଇଁ ସଙ୍ଘର୍ଷ କରୁଛି । ଆଉ ଝିଅର ଚିକିତ୍ସା କରାଇବାକୁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ନେଇ ନୟାନ୍ତ ହୋଇଗଲେଣି ପାରାଦୀପ କେବିନ ମାର୍କେଟର ବିଚିତ୍ରାନନ୍ଦ ସାହୁ ।

ଝିଅର ଚିକିତ୍ସା ପାଇଁ ଲୋଡା ଲାକ୍ଷାଧିକ ଟଙ୍କା । ଯଦି ବୋନ ଟ୍ରାନସପ୍ଲାଣ୍ଟ କରାଯାଏ ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ସୋନାଲି । ହେଲେ ଏତେ ବଡ ଚିକିତ୍ସା ପାଇଁ ଏତେ ଟଙ୍କା ଆସିବ କେଉଁଠୁ । ଚିକିତ୍ସା ପାଇଁ ପାଖପାଖି ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ବାପା ବିଚିତ୍ରାନନ୍ଦ ମାସକୁ ୧୦ ହଜାର ଟଙ୍କା ରୋଜଗାର କରନ୍ତି । ସେଥିରେ ୬ ଜଣ ଚଳନ୍ତି । ଆଉ ବଳକା ଟଙ୍କାରେ କେମିତି ହେବ ଝିଅର ଚିକିତ୍ସା, ବାପା ଚିନ୍ତାରେ ଥିବା ବେଳେ ସାହାଯ୍ୟ ପାଇଁ ହାତ ପାତିଛନ୍ତି ।

ଆସନ୍ତୁ ଏ ନୀରିହ, ନିଷ୍ପାପ ଶିଶୁ ଓଠର ହସକୁ ଲିଭେଇବାକୁ ଦେବାନି । ଆଖିରେ ଆଖିଏ ସ୍ୱପ୍ନ ନେଇ ବଞ୍ଚୁଥିବା କୁନିଝିଅର ଚିକିତ୍ସା ପାଇଁ ତାକୁ ସାହାଯ୍ୟ କରିବା । ଯଦି ଆପଣ କୁନିଝିଅକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ବାପାଙ୍କ ଆକାଉଣ୍ଟ ନମ୍ବର…
ନାମ- ବିଚିତ୍ରାନନ୍ଦ ସାହୁ

AC- 50223868143

IFSC- IDIB000P573

G PAY/ PHONE PAY- 9853321485

ଆସନ୍ତୁ ସହାୟତାର ହାତ ବଢାଇବା । ଆପଣଙ୍କର ଗୋଟିଏ ଟଙ୍କା ବି, ସୋନାଲିକୁ ଦେବ ନୂଆ ଜୀବନ ।