ଆସେସ ସିରିଜ ବେଳେ ଲର୍ଡସରେ ହଙ୍ଗାମା, ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

ଆସେସ ସିରିଜ ବେଳେ ଲର୍ଡସରେ ହଙ୍ଗାମା, ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

କନକ ବ୍ୟୁରୋ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ ସିରିଜର ଦ୍ୱିତୀୟ ମ୍ୟାଚର ଖେଳ ଜାରିରହିଛି । ଏହି ମୁକାବିଲା ଲଣ୍ଡନର ଲର୍ଡସରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ପଡିଆରେ ହଙ୍ଗାମା ଦେଖିବାକୁ ମିଳିଥିଲ।।

ଜଣେ ପ୍ରଦର୍ଶନକାରୀ ପଡିଆ ମଧ୍ୟକୁ ଚାଲିଆସିବା ସହ ହାତରେ କିଛି ସାମଗ୍ରୀ ନେଇ ପିଚ ଖରାପ କରିବାକୁ ଚେଷ୍ଟା କରିଥିଲା । ନାରଙ୍ଗୀ ରଙ୍ଗର କିଛି ରଙ୍ଗ କିମ୍ବା ମାଟିକୁ ହାତରେ ଧରି ସେ ପଡିଆକୁ ଆସିଥିଲେ । ତେବେ ଏହି ସମୟରେ ଇଂଲଣ୍ଡର ଖେଳାଳୀ ଜନି ବାରିଷ୍ଟୋ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିନେଇଥିଲେ । ତାଙ୍କୁ ତୁରନ୍ତ ସେ ପିଚରୁ ବାହାରକୁ ନେଇଯାଇଥିଲେ । ପରେ ସୁରକ୍ଷାକର୍ମୀ ତାଙ୍କୁ ପଡିଆକୁ ବାହାରକୁ ବାହାର କରିଦେଇଥିଲେ ।

ତେବେ ବ୍ୟକ୍ତିଙ୍କ ହାତରେ ଥିବା ନାରଙ୍ଗୀ ରଙ୍ଗର ସାମଗ୍ରୀ ପଡିଆରେ ପଡିରହିଥିଲା । ସଙ୍ଗେ ସଙ୍ଗେ ଏହାକୁ ସଫା କରାଯାଇଥିଲା । ଜନି ବାରିଷ୍ଟୋଙ୍କ ଡ୍ରେସ ମଧ୍ୟ ଏହା ଦ୍ୱାରା ଖରାପ ହୋଇଥିଲା । ଡ୍ରେସିଂ ରୁମକୁ ଯାଇ ସେ ଏହା ବଦଳାଇ ପୁଣିଥରେ ପଡିଆକୁ ଫେରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe